ୟୁକ୍ରେନ୍‌ ଯୁଦ୍ଧରେ ୭୫ ହଜାର ରୁଷ୍‌ ସେନ୍ୟ ମୃତ

ୱାସିଂଟନ: ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆର କେତେ ସେନ୍ୟ ମରିଛନ୍ତି ତା’ର ଏକ ଆକଳନ କରିଛି ଆମେରିକା । ନିକଟରେ ୟୁକ୍ରେନ୍‌ ଗସ୍ତ କରିଥିବା ଜଣେ ସାଂସଦ ବୁଧବାର କହିଛନ୍ତି ଯେ ଆମେରିକାର ବୈଦେଶିକ ବିଭାଗ, ପ୍ରତିରକ୍ଷା ବିଭାଗ ଓ ଗୋଇନ୍ଦା ବିଭାଗର ଆକଳନ ଅନୁସାରେ ୟୁକ୍ରେନ୍‌ ଯୁଦ୍ଧରେ ଅଦ୍ୟାବଧି ରୁଷିଆର ୭୫,୦୦୦ରୁ ଅଧିକ ସେନ୍ୟ ମରିଛନ୍ତି ବା ଆହତ ହୋଇଛନ୍ତି ।

ୟୁକ୍ରେନ୍‌ ଯୁଦ୍ଧରେ ୭୫ ହଜାର ରୁଷ୍‌ ସେନ୍ୟ ମୃତ

ଗତ ସପ୍ତାହରେ ସିଆଇଏ ନିର୍ଦ୍ଦେଶକ ଆକଳନ କରି କହିଥିଲେ ଯେ ଏହି ଯୁଦ୍ଧରେ ରୁଷିଆର ପ୍ରାୟ ୬୦,୦୦୦ ସୈନ୍ୟ ମରିଛନ୍ତି ବା ଆହତ ହୋଇଛନ୍ତି । ଆଉ କେତେକଙ୍କ ଆକଳନ ୮୦,୦୦୦ ଡେଇଁଛି । ବାଇଡେନ୍‌ ପ୍ରଶାସନ କହିଛି ଯେ ବର୍ତ୍ତମାନର ଆକଳନ ଠିକ୍‌ଛ କାରଣ ଗତ ଫେବ୍ରୁଆରି-ମାର୍ଚ୍ଚରେ ୟୁକ୍ରେନ୍‌ ଭିତରେ ପ୍ରାୟ ଦେ ଲକ୍ଷ ରୁଷ୍‌ ସେନ୍ୟ ପଶିଥିଲେ । ବର୍ତ୍ତମାନ ଅଛନ୍ତି ପ୍ରାୟ ୭୫,୦୦୦ ।

ୟୁକ୍ରେନ୍‌ ଯୁଦ୍ଧରେ ୭୫ ହଜାର ରୁଷ୍‌ ସେନ୍ୟ ମୃତ

ତେଣୁ ବାକି ୭୫,୦୦୦ ଯୁଦ୍ଧରେ ମୃତାହତ ହୋଇଥିବା ନିଶ୍ଚିତ । କି;ୁ ଉଭୟ ପକ୍ଷ ସେମାନଙ୍କ ମୃତାହତଙ୍କ ସଂଖ୍ୟା ଲୁଚାଉଛନ୍ତି । ନିକଟରେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା କହିଥିଲେ ଯେ ପ୍ରତିଦିନ ୟୁକ୍ରେନରେ ୧୦୦ରୁ ୨୦୦ ସେନ୍ୟ ମରୁଛନ୍ତି । ଯୁଦ୍ଧ ଆରମ୍ଭ ହେବାର କିଛି ସପ୍ତାହ ପରେ ଆମେରିକୀୟ ଅଧିକାରୀମାନେ କହିଥିଲେ ଯେ ୭୦୦୦ରୁ ଅଧିକ ରୁଷ୍‌ ସେନ୍ୟ ମରିଛନ୍ତି, ଯାହା ଇରାକ ଓ ଆଫଗାନ ଯୁଦ୍ଧରେ ମରିଥିବା ଆମେରିକା ସେନ୍ୟଙ୍କ ମିଳିତ ସଂଖ୍ୟାଠାରୁ ଢେର୍‌ ଅଧିକ ।

ୟୁକ୍ରେନ୍‌ ଯୁଦ୍ଧରେ ୭୫ ହଜାର ରୁଷ୍‌ ସେନ୍ୟ ମୃତ

କି;ୁ ମାର୍ଚ୍ଚ ୨୫ରେ ରୁଷିଆ କହିଥିଲା ଯେ ମାତ୍ର ୧,୩୫୧ ଜଣ ସେନ୍ୟ ମରିଛନ୍ତି । ଗତ ମଙ୍ଗଳବାର ଜେଲନସ୍କି ଦାବି କରିଥିଲେ ଯେ ପ୍ରାୟ ୪୦,୦୦୦ ରୁଷ୍‌ ସେନ୍ୟଙ୍କୁ ସେମାନେ ଏ ପର୍ଯ୍ୟନ୍ତ ମାରିଛନ୍ତି । ତାଙ୍କର ଏହି ଦାବି ଆମେରିକା ଆକଳନ ସହ ମେଳ ଖାଉଥିବା ବେଳେ ଅନେକ ଏହାକୁ ମନଗା ବୋଲି କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.