ଦେଶର ସ;ୁଳିତ ବିକାଶ, ସାମାଜିକ ନ୍ୟାୟ ଏବଂ ସାମାଜିକ ନିରାପତ୍ତା ପାଇଁ ସ୍ୱାଧୀନତା ପରଠାରୁ ଅନେକ ଶାସକ ଚେଷ୍ଟା କରିଛନ୍ତି । ଦୀର୍ଘ ୭୫ ବର୍ଷର ପୁରୁଣା ସମ୍ବିଧାନର ପ୍ରକୃତ ପାଳନ କରିବା ପାଇଁ ଓ ଗରିବ ସାଧାରଣ ଜନତାଙ୍କ ଉଚିତ ସେବା କରିବା ପାଇଁ ବିଭିନ୍ନ ସରକାରୀ ଦଳ ନିଜ ନିଜର ଶକ୍ତି ବଳରେ ଚେଷ୍ଟା କରିଆସିଛନ୍ତି । ତେବେ ୭୫ ବର୍ଷ ଭିତରେ ଅନେକ ନେତା ଆସିଛନ୍ତି ଓ ଯାଇଛନ୍ତି । ସେମାନଙ୍କ ଭିତରେ ଅନେକ ନେତା ମନ୍ତ୍ରୀ ବର୍ଷ ବର୍ଷ ଧରି ଜନତାଙ୍କ ସେବା କରିଆସିଛନ୍ତି । ତେବେ ଏହି କ୍ରମରେ ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ମୋଦି ନିଜ ଶାସନର ୮ ବର୍ଷ ପୂରଣ କରିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ବିତରଣର ଆଠ ବର୍ଷ ସମର୍ପିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ବିତରଣ ପ୍ରଣାଳୀ ଉପରେ ଲୋକଙ୍କ ବିଶ୍ୱାସ ୨୦୧୪ ପରେ ପୁନଃସ୍ଥାପିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରରେ ବିଜେପିର ଜାତୀୟ କାର୍ଯ୍ୟାଳୟର ବୈଠକକୁ ସମ୍ବୋଧିତ କରି ମୋଦୀ ଦଳର ନେତା ତଥା କର୍ମୀ ଓ ଜନତାଙ୍କୁ ସରକାରଙ୍କ କଲ୍ୟାଣମୂଳକ ପଦକ୍ଷେପରୁ ବଞ୍ଚିତ ନହେବାକୁ ଏକ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ।
ଏହି ଆଠ ବର୍ଷ ସଂକଳ୍ପ ଏବଂ ସଫଳତା ଜନତାଙ୍କ ସାମ୍ନାରେ ଅଛି । ଏହି ଆଠ ବର୍ଷ ସେବା, ଉତ୍ତମ ଶାସନ ଏବଂ ଗରିବଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଛୋଟ ଚାଷୀ, ଶ୍ରମିକ ଏବଂ ମଧ୍ୟବିତ୍ତଙ୍କ ଆଶା ପୂରଣ ହେବାର ଆଠ ବର୍ଷ ହୋଇସାରିଛି ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି, ଏହି ଆଠ ବର୍ଷ ଦେଶର ସ;ୁଳିତ ବିକାଶ, ସାମାଜିକ ନ୍ୟାୟ ଏବଂ ସାମାଜିକ ନିରାପତ୍ତା ଅଟେ । ଏହି ଆଠ ବର୍ଷ ମା, ଝିିଅ ଏବଂ ଭଉଣୀଙ୍କ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୪ ପରବର୍ତ୍ତୀ ସମୟରେ ବିଜେପି ସରକାର, ଏହାର ସିଷ୍ଟମ ଏବଂ ଏହାର ବିତରଣ ପ୍ରଣାଳୀରେ ଲୋକଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିଛି । ମୋଦୀ କହିଛନ୍ତି ବିଶ୍ୱ ଆଜି ଭାରତକୁ ବହୁତ ଆଶା କରୁଛି । ସେହିପରି ଭାରତରେ ମଧ୍ୟ ବିଜେପି ପ୍ରତି ଲୋକଙ୍କର ସ୍ନେହ ରହିଛି । ଦେଶର ଲୋକମାନେ ବିଶ୍ୱାସ ଓ ଭରସା ସହ ବିଜେପିକୁ ଚାହିଁ ରହିଛନ୍ତି । ୨୦୧୪ ପରେ, ବିଜେପି ଲୋକଙ୍କୁ ନିରାଶରୁ ବାହାର କରିଦେଇଛି ଏବଂ ଆଜି ଲୋକମାନେ ଆକାଂକ୍ଷାରେ ପରିପୂର୍ଣ୍ଣ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଲୋକଙ୍କ ଏହି ଆଶା ଏବଂ ଆକାଂକ୍ଷା ଆମର ଦାୟିତ୍ୱ । ସ୍ୱାଧୀନତାର ୭୫ ତମ ବର୍ଷରେ, ଦେଶ ଆଗାମୀ ୨୫ ବର୍ଷ ପାଇଁ ନିଜ ପାଇଁ ଲକ୍ଷ୍ୟ ସ୍ଥିର କରୁଛି ବୋଲି ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ପାଇଁ ବିଜେପିର ଲକ୍ଷ୍ୟ ସ୍ଥିର କରିବା ଏବଂ ସେମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ଏହା ହେଉଛି ସମୟ ।
ତେବେ ଖାଲି ଭାଷଣ କାହିଁକି ବରଂ ଆମେ ପ୍ରକୃତରେ ଦେଶରେ ଦୀର୍ଘ ୭୫ ବର୍ଷରେ ହୋଇଥିବା ପରିବର୍ତ୍ତନର ସାକ୍ଷି । ମୋଦିଙ୍କ ଶାସନ କାଳରେ ଅନେକ ପ୍ରକାରର ବୈଦେଶିକ ସମ୍ପର୍କ ସ୍ଥାପନା, ପୁରୁଣା ଶତୃତାର ଅନ୍ତ, କୃଷି କ୍ଷେତ୍ରରେ ଉନ୍ନତିକରଣ, ଦେଶର ବିକାଶ, ମେକ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ୱ ଓ ସାମରିକ କ୍ଷେତ୍ରରେ ମଧ୍ୟ ବିପୁଳ ପରିମାଣରେ ସଶକ୍ତ ହୋଇଛି ଭାରତ । ୭୫ ପୂର୍ବର ଭାରତ ଓ ଏବେ ର ଭାରତରେ ଆସିଛି ଆକାଶ ପାତାଳର ପରିବର୍ତ୍ତନ । କିଛି ବର୍ଷ ପୂର୍ବେ ଯୋଉଠି ଲୋକେ ନିଜର ମତ ରଖିବାକୁ ଅକ୍ଷମ ଥିଲେ ସେଠାରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ୍ କାର୍ଯ୍ୟକ୍ରମର ଅୟମାରମ୍ଭ କରିଛନ୍ତି । ମେକ୍ ଇନ୍ ଇଣ୍ଡଆ କାର୍ଯ୍ୟକ୍ରମର ବହୁଳ ସଫଳତା ହୋଇଛି । ଆଜିର ଭାରତକୁ ବିଭିନ୍ନ ଦେଶର ବଡ ବଡ ଶକ୍ତି ନିଜର ସମସ୍କନ୍ଦ ଭାବୁଛନ୍ତି । ଆଉ କିଛିକାଂଶରେ ଭାରତ ସହ ବିଦ୍ରୋହ କରିବାର ମନୋଭାବରୁ ଦୂରେଇ ଅଛନ୍ତି । ବାସ୍ତବରେ କହିବାକୁ ଗଲେ ଦେଶ ନିଜ ୭୫ ବର୍ଷର ଯାତ୍ରାରେ ଅନେକ ଘାତ ପ୍ରତିଘାତ ଦେଇ ମଧ୍ୟ ନିଜର ସର୍ବୋଚ୍ଚ ସ୍ଥାନରେ ଦଣ୍ଡାୟମାନ ହେବାରେ ସଫଳ ହୋଇଛି ।
Comments are closed.