ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷ
ୟୁକେ: ଯଦି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍ ଅଫର୍ ମିଳେ, ତେବେ ଜଣେ ବ୍ୟକ୍ତି ୱାର୍କ ପ୍ରୋଫାଇଲ ସଠିକ୍ ଭାବରେ ଦେଖିବାକୁ ଚାହିଁବ ନାହିଁ । କଳ୍ପନା କରନ୍ତୁ ଯଦି ପନିପରିବା ତୋଳିବା ପାଇଁ ବର୍ଷକୁ ୬୩ ଲକ୍ଷ ଟଙ୍କା ଦିଆଯାଏ, ତେବେ କାହିଁକି କିଏ ଏମିତି ଚାକିରୀ କରିବାକୁ ଆପତ୍ତି କରିବେ । ୟୁନାଇଟେଡ୍ କିଙ୍ଗଡମ୍ର ଏକ କୃଷି କମ୍ପାନୀ କର୍ମଚାରୀଙ୍କୁ ବର୍ଷସାରା କୋବି ତୋଳିବା ପାଇଁ ୬୨,୪୦୦ ପାଉଣ୍ଡ ବେତନ ପ୍ରଦାନ କରୁଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା । ଏହି ଚାକିରୀର ବିଜ୍ଞାପନଟି ଏଚ୍ କ୍ଲେମେଣ୍ଟସ୍ ଏବଂ ସନ୍ ଲିମିଟେଡ୍ ଦ୍ୱାରା ପ୍ରକାଶ କରାଯାଇଛି । ବିଜ୍ଞାପନରେ ଦର୍ଶାଯାଇଛି ଯେ, ବର୍ଷସାରା ଫାର୍ମରୁ କୋବି ଏବଂ ବ୍ରୋକୋଲି ତୋଳିବା ପାଇଁ ପ୍ରତି ଘଣ୍ଟାରେ ୩୦ ପାଉଣ୍ଡ ଅର୍ଥାତ୍ ୩ ହଜାରରୁ ଅଧିକ ଦରମା ମିଳିବ । ଅର୍ଥାତ୍ ଗୋଟିଏ ବର୍ଷରେ ଏହି ଚାକିରୀରୁ ୬୩ ଲକ୍ଷ ୧୧ ହଡାର ୬୪୧ ଟଙ୍କା ମିଳିବ । ଏହି କାର୍ଯ୍ୟ ପାଇଁ ଦୁଇଟି ବିଜ୍ଞାପନ ଅନଲାଇନରେ ପ୍ରକାଶିତ ହୋଇଛି । ଗୋଟିଏ ବିଜ୍ଞାପନରେ କୁହାଯାଇଛି ଯେ କୋବି କାଟିବା ପାଇଁ କମ୍ପାନୀ ଫିଲï ଅପରଟେର୍ ଖୋଜୁଛି । ଏହି କାମଟି ହେଉଛି ପିସ୍ ୱାର୍କ ଅର୍ଥାତ୍ ଯେତିକି କୋବି ଏବଂ ବ୍ରୋକୋଲି ତୋଳିବ ସେହି ସଂଖ୍ୟା ଅନୁଯାୟ ଟଙ୍କା ମିଳିବ । ଏହି କାମ ପୁରା ବର୍ଷସାରା ଚାଲିବ । ତେବେ କୌତୂହଳର ବିଷୟ ହେଉଛି, ଚାକିରୀରେ ଦରମା କାର୍ଯ୍ୟ ଅନୁଯାୟୀ ଦିଆଯାଉଥିବାରୁ ଗୋଟିଏ ଦିନରେ ଅଧିକ ଟଙ୍କା ରୋଜଗାର କରିବାର ବିକଳ୍ପ ମଧ୍ୟ ରହିଛି । ତେବେ କୃଷି କାର୍ଯ୍ୟରେ ଏତେ ଦରମା ରାଶିର ଚାକିରୀ ମିଳିବା ଅନେକଙ୍କୁ ଚକିତ କରିଛି ।

Comments are closed.