ଆଫ୍ରିକା: ବିଭିନ୍ନ ସ୍ଥାନରେ ଖନନ ସମୟରେ ମଣିଷର ପୂର୍ବ ପ୍ରଜାତିଙ୍କ ସମ୍ଭନ୍ଧରେ ତଥ୍ୟ ମିଳିଥାଏ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଫ୍ରିକାରେ ମିଳିଛି ୫ଲକ୍ଷ ବର୍ଷ ପୂର୍ବ ମଣିଷ ପ୍ରଜାତିର କଙ୍କାଳ । ବୈଜ୍ଞାନିକଙ୍କ ମତରେ ଏହି କଙ୍କାଳ ଆଜିକାଲି ମଣିଷର ପୂର୍ବପୁରୁଷ । ଏହି ନୂଆ ପ୍ରଜାତିର ନାଁ ରଖାଯାଇଛି ‘ହୋମୋ ବୋଡୋଏନ୍ସିସ୍’ । ଏହି ପ୍ରଜାତିର ମିଡିଲ୍ ପ୍ଲେଇଷ୍ଟୋସିନ୍ ୟୁଗ ସହ ସମ୍ବନ୍ଧ ରହିଛି । ତେବେ ଏହି କଙ୍କାଳ ସାହାଯ୍ୟର ସେ ଯୁଗର ଅନେକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକ ମାନେ ଆଶା ରଖିଛନ୍ତି । ମିଳିଥିବା କଙ୍କାଳର ଡିଏନ୍ଏର ଯାଞ୍ଚ କରାଯିବା ସହିତ ଅନ୍ୟ ପରୀକ୍ଷା ମଧ୍ୟ କରାଯିବ । ତେବେ ପ୍ରାଥମିକ ଅବସ୍ଥାରୁ ଏହି ମାନବ ପ୍ରଜାତିର ଶରୀର ଛୋଟଥିବା ଅନୁମାନ କରାଯାଉଛି । ଏହାର ଗଠନଶୈଳୀ ଏଭଳି ଯାହା ଶୀତଦିନେ ବେଶ୍ ସୁରୁଖୁରୁରେ ବଞ୍ଚିପାରିବ । ଗବେଷକକଙ୍କ ମତରେ ଏହି ପ୍ରଜାତି ପ୍ରାୟ ୫ଲକ୍ଷ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିଲା ।

Comments are closed.