ଦିଲ୍ଲୀ: ମାର୍ଚ୍ଚ ୧୪: ଶନିବାର ଦିନ କାନାଡାର ଟରୋଣ୍ଟୋ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଭାରତୀୟ ଛାତ୍ର ମୃତ ହୋଇଥିଳା ବେଳେ ୨ ଜଣଙ୍କର ଅବସ୍ଥା ଅତି ଗୁରୁତର ରହିଛି । ଏନେଇ କାନଡାସ୍ଥିତ ଭାରତୀୟ ହାଇକମିସନର୍ ସୂଚନା ଦେଇଛନ୍ତି ।
ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିୟା ଟୁଇଟ୍ କରି କହିଛନ୍ତି, କାନଡାରେ ହୃଦୟ-ବିଦାରକ ଦୁଃଖଦ ଘଟଣା ଘଟିଛି । ଶନିବାର ଦିନ ଟରୋଣ୍ଟୋ ନିକଟରେ ଗାଡ଼ି ଦୁର୍ଘଟଣା ଯୋଗୁଁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଆଉ ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା । ସହାୟତା ନିମନ୍ତେ ପୀଡ଼ିତମାନଙ୍କ ବନ୍ଧୁମାନଙ୍କ ସହିତ ଇଣ୍ଡିଆନ୍ ଟରୋଣ୍ଟୋ ଟିମ୍ ସମ୍ପର୍କ ରଖିଛନ୍ତି ।
Heart-breaking tragedy in Canada: 5 Indians students passed away in an auto accident near Toronto on Saturday. Two others in hospital. Deepest condolences to the families of the victims. @IndiainToronto team in touch with friends of the victims for assistance. @MEAIndia
— Ajay Bisaria (@Ajaybis) March 14, 2022
ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର ସକାଳେ ଛାତ୍ରମାନେ ଗୋଟାଏ ଯାତ୍ରୀବାହୀ ଭ୍ୟାନ୍ରେ ଟରୋଣ୍ଟାର ପଶ୍ଚିମାଞ୍ଚଳକୁ ଯାଉଥିବା ବେଳେ ତାହା ଗୋଟାଏ ଟ୍ରାକଫର୍ ଟ୍ରଲି ସହ ଧକା ଖାଇଥିଲା । ବେଲିଭାଇଲ୍ ଏବଂ ୪୦୧ ନମ୍ବର ଟ୍ରେନ୍ଟନ୍ ରାଜପଥ ନିକଟସ୍ଥ ଏକିନସନ୍ ରୋଡ୍ ଏବଂ ସେଣ୍ଟ୍ ହିଲେୟାର୍ ରୋଡ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କାହାରି ବିରୋଧରେ କୌଣସି ଅଭିଯୋଗ ହୋଇନାହିଁ ।
ମୃତଙ୍କ ନାମ ହେଲା-୨୪ ବର୍ଷୀୟ ହର୍ପ୍ରୀତି ସିଂହ, ୨୧ ବର୍ଷୀୟ ଯଶପିନ୍ଦର୍ ସିଂହ, ୨୨ବ ର୍ଷୀୟ କରଣପାଲ୍ ସିଂହ, ୨୩ ବର୍ଷୀୟ ମୋହିତ ଚେହାନ୍ ଏବଂ ୨୩ ବର୍ଷୀୟ ପବନ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେମାନେ ମଣ୍ଟ୍ରିଲ୍ ଏବଂ ଗ୍ରେଟର୍ ଟରୋଣ୍ଟୋ ଅଞ୍ଚଳରେ ପଢୁଥିଲେ ।

Comments are closed.