ଦୁର୍ନୀତି ଅଭିଯୋଗରେ ଆରଟିଓ ଙ୍କ ସମେତ ୫ ଅଟକ

ବ୍ରହ୍ମପୁର : ଗଞ୍ଜାମ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଘରେ ପୋଲିସର ରେଡ୍‌ । ଏଆରଟିଓ କେ. ଭେଙ୍କେଟଶଙ୍କ ଘରେ ରେଡ୍‌ କରୁଛି ଗୋଳନ୍ଥରା ଥାନା ପୋଲିସ । ଛତ୍ରପୁର ଚଣ୍ଡି ଛକ ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି । ଏହି ଚଢାଉ ବେଳେ ପୋଲିସକୁ ୮୨ ହଜାର ୫୦୦ ଟଙ୍କା ମିଳିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,ଜାତୀୟ ରାଜପଥରେ ବିଭିନ୍ନ ଗାଡିରୁ କାଗଜପତ୍ର ଯାଞ୍ଚ କରି ବେଆଇନ ଭାବରେ ଟଙ୍କା ଆଦାୟ କରୁଥିଲେ ଆରଟିଓ ଏବଂ ଏମଭିଆଇ । ଯାହାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆରଟିଓଙ୍କ ସମେତ ୫ଜଣଙ୍କୁ ଅଟକ ରଖାଯାଇଛି । ୫ ଜଣଙ୍କ ମଧ୍ୟରେ ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ ରହିଛନ୍ତି । ଏହାପରେ ଏଆରଟିଓ କେ.ଭେଙ୍କେଟସଙ୍କ ଛତ୍ରପୁର ଚଣ୍ଡି ଛକ ସ୍ଥିତ ବାସଭବନରେ ଚଢାଉ ଚାଲିଛି । ଏହି ଚଢାଉରେ ପୋଲିସକୁ ୮୨ ହଜାର ୫୦୦ ଟଙ୍କା ଜବତ କରିଛି ଗୋଳନ୍ଥରା ପୋଲିସ ।

Govt

Comments are closed.