ଧରାପଡ଼ିଲେ ୫ ହାଇୱେ ଲୁଟେରା

ଭୁବନେଶ୍ବର: ନୟାପଲ୍ଲୀ ଥାନା ପୁଲିସ୍ ପକ୍ଷରୁ ୫ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ସୁନା ଜବତ କରିଛି ନୟାପଲ୍ଲୀ ପୋଲିସ I ଲୁଟେରାମାନେ ବାଇକ୍‌ରେ ଆସି ହାଇୱେରେ ଲୋକଙ୍କଠାରୁ ଲୁଟ୍ କରୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ। ଲୁଟ୍ ପରେ ଯେଭଳି ପୁଲିସ୍ ଟେର୍ ପାଇବ ନାହିଁ ସେଥିପାଇଁ ଲୁଟେରାମାନେ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ। ସେମାନଙ୍କଠାରୁ ସୁନାଚେନ୍, ବାଇକ୍ ଏବଂ ନଗଦ ଟଙ୍କା ଜବତ ହୋଇଛି ବୋଲି ପୁଲିସ୍ କମିଶନର ସଞ୍ଜିବ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି I

ସୂଚନାନୁସାରେ,ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଓ ଆୟସ ହୋଇଥିବା ଜଣାପଡିଛି । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ । ଗତ ୪ ମାସ ହେବ ଭୁବନେଶ୍ୱରରେ ଏମାନେ ଲୁଟପାଟ କରୁଥିଲେ । ବିଭିନ୍ନ ଥାନାରେ ଗ୍ୟାଙ୍ଗ ନାମରେ ମୋଟ ୨୪ଟି କେସ ରହିଛି । ଏମାନେ ପୂର୍ବରୁ ଗିରଫ ଜେଲ ଯାଇଥିଲେ I ତେବେ ଏହି ଲୁଟେରାମାନେ ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିବା ସହ ମହିଳାଙ୍କୁ ଅଧିକ ଟାର୍ଗେଟ କରନ୍ତି ଏମାନେ । କେବଳ ସୁନା ଚେନ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଛି। ଏହା ସହ ଅଭିଯୁକ୍ତଙ୍କ ପାଖରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଛି

Govt

Comments are closed.