ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜଧାନୀରେ ଲାଗୁ କରାଯାଇଥିବା କଡା ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରି ମାତିଛନ୍ତି ଲୁଟେରା ଗ୍ୟାଙ୍ଗ I ଅନ୍ତର୍ଜାତୀୟ ହକି ଖେଳାଳି ତଥା ଭାରତୀୟ ଦଳର ଅଧିନାୟକ ପ୍ରବୋଧ ତିର୍କିଙ୍କ ସରକାରୀ ବାସଭବନରୁ ମୂଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି ଲୁଟେରା ଇ ତେବେ ଆଭିଯୋଗ ପାଇବା ପରେ କମିଶନରେଟ ପୋଲିସ ତତ୍ପରତା ଦେଖାଇ ଏହି ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି । ଏମାନେ ଚୋରି କରିବା ପୂର୍ବରୁ ଦିନରେ ଆସି ଉକ୍ତ ଅଂଚଳରେ ରେକି କରିଥାନ୍ତି ଆଉ ରାତିରେ ଘରେ ପଶି ଚୋରି କରନ୍ତି I

ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡ୍ଡୀ, ମିଲୁ ବେହେରା, ଚିତ୍ତ ଦଳେଇ, ରାଜା ମହାଳିକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି।ଏମାନଙ୍କ ନାଁରେ କମିଶନରେଟ ପୋଲିସ ଅଞ୍ଚଳରେ ୧୦୦ ରୁ ଅଧିକ ମାମଲା ରହିଛି। ଏମାନେ ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଚୋରି କରୁଥିଲେ। ଏହି ଘଟଣାରେ ମଧ୍ୟ ଏମାନେ ଜଣେ ଜେଲ ଫେରନ୍ତା ଅଭିଯୁକ୍ତ ସହ ମିଶି ଅଟୋରେ ଆସି ରେକୀ କରି ରାତିରେ ଚୋରି କରିଥିଲେ I

ଅଭିଯୁକ୍ତଙ୍କ ନିକଟରୁ ହକି ତାରକା ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି। ଏଥିରେ ଗୋଟିଏ ସୁନା ମେଡାଲ, ୮ଟି ବ୍ରୋଞ୍ଜ ମଡେଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲ୍ଡ ପ୍ଲେଟେଡ଼ କ୍ଲିପ୍‌ ପୋଲିସ ଜବତ କରିଛି। ଏହାପୂର୍ବରୁ ଶ୍ରୀକାନ୍ତ ଓ ଗଙ୍ଗା ରେଡ୍ଡୀ କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ ଥିଲେ। ପୂର୍ବରୁ ଓଏଏସ ଅଫିସର ଜ୍ୟୋତି ମିଶ୍ରଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

ସୂଚନାଥାଉ କି, ପ୍ରବୋଧ ଓ ତାଙ୍କ ପରିବାର ଭୁବନେଶ୍ବର କ୍ଲବ ପଛ ପଟ କ୍ବାର୍ଟର୍ସ ନମ୍ବର ଭିଆର/୮୬ ରହନ୍ତି। ଗତକାଲି ଦୁହେଁ ଭୁବନେଶ୍ବରରେ ନ ଥିଲେ। ଘରେ କେବଳ ତାଙ୍କ ଭାଇ ଥିଲେ। ଗତକାଲି ରାତିରେ କେହି ତାଙ୍କ ଝରକା ଗ୍ରିଲ କାଟି ଘର ଭିତରେ ପଶି ସମସ୍ତ ଟଙ୍କା, ସୁନା, ଏଲଇଡି ଟିଭି, ସୁନା ପଦକ ସମେତ ମୂଲ୍ୟବାନ ସାମଗ୍ରୀ ଓ ପ୍ରବୋଧ ପାଇଥିବା ସମସ୍ତ ମେଡାଲ ଚୋରି କରି ନେଇଯାଇଛି। ପୁଲିସ ସନ୍ଦେହ କରୁଛି ଯେ କେହି ସ୍ଥାନୀୟ ଲୁଟେରା ଏଭଳି କାଣ୍ଡ ଭିଆଇଛନ୍ତି।

Govt

Comments are closed.