ବାଦ ପଡିଲେ ୪୮୧୦୭ ଜଣ ଭୁତ ରାସନକାର୍ଡ ଧାରୀ

ଭୁବନେଶ୍ୱର : ଭୁବନେଶ୍ୱର: ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନକାର୍ଡଧାରୀଙ୍କୁ ବାଦ୍ ଦିଆଯାଇଛି । ବୁଧବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ପାଖାପାଖି ୨୩ ହଜାର ୧୩୮ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ଫେରାଇ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାସନକାର୍ଡ ଜାଲିଆତି ବିରୋଧରେ ଚାଲିଥିବା ଧରପଗଡ ଯୋଗୁଁ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡ ଜଣା ପଡିଛି । ବର୍ଷ ବର୍ଷ ଧରି ଭୂତ କାର୍ଡ ଫାଇଦା ଉଠାଇ ଚାଲିଥିଲେ । ଏସବୁ କାର୍ଡକୁ ବାଦ୍ ଦିଆଯାଇଛି । ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦ ହିତାଧିକାରୀ ରହିଛନ୍ତି । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି ।

ଏହା ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବନି । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।

 

Govt

Comments are closed.