ଆମେରିକାର ଜଣେ ଚାରି ବର୍ଷର ଝିଅ ସାମ୍ନା କରୁଛି ଏକ ବିରଳ ପରିସ୍ଥିତିର । ଶିଶୁଟି ପ୍ରତିଦିନ ୨୧୦୦ କ୍ୟାଲୋରିର ଖାଦ୍ୟ ଖାଉଛି । ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ସତ । ଏନା ରିଲେ ନାମକ ଏହି ଶିଶୁ ପ୍ରତିଦିନ ଜଣେ ପ୍ରାପ୍ତବୟସ୍କର ଖାଦ୍ୟ ଖାଉଛି । ଏକ ରିପୋର୍ଟ ଅନୁସାରେ ଏନା ହର୍ଲେକୁ୍ୟନ୍ ଇଚଥେସିଆ ନାମକ ଏକ ବିରଳ ରୋଗରେ ପୀଡିତ ।
ଏହିି ରୋଗରେ ବ୍ୟକ୍ତିର ଚର୍ମ ସାଧାରଣ ତୁଳନାରେ ଅଧିକ ବଢିଥାଏ । ଯେଉଁ କାରଣରୁ ରୋଗୀର ଚର୍ମର ଉପରିଭାଗ ସଠିକ୍ ଭାବେ ତିଆରି ହୋଇପାରି ନଥାଏ । ଏଥିପାଇଁ ଚର୍ମରେ ରୁଖାପଣ ଦେଖାଯିବା ସହ ଲାଲ ମଧ୍ୟ ପଡିଥାଏ । ତେବେ ଏହି ରୋଗ ପୂରା ଶରୀର ଉପରେ ପ୍ରଭାବ ପକାଇଥାଏ ।
ଏନାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳିଛି । ଜନ୍ମ ପରଠାରୁ ତାଙ୍କର ଚର୍ମ ରୁକ୍ଷ ହେବା ଆରମ୍ଭ କରିଥିଲା । ତେବେ ଏହି ରୋଗ ପ୍ରଭାବରେ ଏନାଙ୍କୁ ପ୍ରତିଦିନ ଏତେ ମାତ୍ରାର ଖାଦ୍ୟ ଖାଇବାକୁ ପଡୁଛି । ଯାହା ଏକ ବଡ ଲୋକର ଖାଦ୍ୟ ସହ ସମାନ । ସେହିଭଳି ସେ ପ୍ରତିଦିନ ସକାଳୁ ତିନିଘଣ୍ଟା ଗାଧୋଉଥିବା ବେଳେ ପ୍ରତି ଦୁଇଘଣ୍ଟାରେ ଲୋସନ ଲଗାଇବାକୁ ପଡିଥାଏ ।
ତେବେ ଏତେ ସବୁ ଅସୁବିଧା ପରେ ମଧ୍ୟ ଏନା ପରିବାରର ସହଯୋଗରେ ଏକ ସାଧାରଣ ଜୀବନ ବଞ୍ଚିବାର ପ୍ରୟାସ କରୁଛନ୍ତି ।
Comments are closed.