ଆଜି ଠାରୁ ଖୋଲିଲା ଶ୍ରୀ ମନ୍ଦିର ୪ ଦ୍ୱାର

ପୁରୀ: ଆଜି ଠାରୁ ପୁଣି ଥରେ ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ । ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । କାର୍ତ୍ତିକ ମାସ ପାଇଁ ୪ ଦ୍ୱାର ପ୍ରବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା ।

ବିତ୍ର କାର୍ତିକ ମାସର ବ୍ରତ ସାରି ଆଜିଠାରୁ ଫେରି ଯାଉଛନ୍ତି ହବିଷ୍ୟାଳି । ବର୍ତ୍ତମାନ ପୁରୀରେ ଭିଡ଼ କମିବ । ତେଣୁ ଶନିବାର ସଂକ୍ରାନ୍ତି ଠାରୁ ଶ୍ରଦ୍ଧାଳୁ ମାନେ ୪ ଦ୍ୱାର ଦେଇ ମନ୍ଦିର ପ୍ରବେଶ କରିପାରିବେ ଏବଂ ୩ ଦ୍ୱାର ଉତ୍ତର ଦ୍ଵାର, ପଶ୍ଚିମଦ୍ଵାର ଏବଂ ଦକ୍ଷିଣ ଦ୍ଵାର ବାଟେ ଶ୍ରଦ୍ଧାଳୁମାନେ ବାହାରକୁ ଆସିବେ । କିନ୍ତୁ ସିଂହଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ ନାହିଁ । କେବଳ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ୪ ଦ୍ୱାର ଦେଇ ପ୍ରବେଶ ସହ ପ୍ରସ୍ଥାନ କରିପାରିବେ । କାର୍ତ୍ତିକ ମାସ ପାଇଁ ଗତ ୧୮ ତାରିଖରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ହେଲେ ଅହେତୁକ ଭିଡ଼ ପାଇଁ ପଞ୍ଚୁକ ୪ ଦିନ ପଶ୍ଚିମ ଦ୍ୱାର ରବାଟେ ବି ପ୍ରବେଶ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଥିଲା।

Govt

Comments are closed.