ହାତ ପାଦରେ ରହିଛି ୩୧ ଆଙ୍ଗୁଠି, ଲୋକେ କହୁଛନ୍ତି ଡ଼ାହାଣୀ

ସମୟ ଲାଇଭ୍‍,୨୪/୧୧: ହାତ ଓ ପାଦରେ ରହିଛି ୩୧ ଟି ଆଙ୍ଗୁଠି। କିଏ ଆସି ଆଙ୍ଗୁଠି ଗଣିପକାଉଛି ତ କିଏ ଡ଼ାହାଣୀ କହି ଦଉଡ଼ି ପଳାଉଛି। କଥାଟି ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଗଞ୍ଜାମ ଜିଲ୍ଲାର ୬୩ ବର୍ଷିୟ ମହିଳା କୁମାର ନାୟକଙ୍କ ହାତରେ ୧୨ ଟି ପାଦରେ ରହିଛି ୧୯ଟି ଆଙ୍ଗୁଠି। ତେବେ ଏତେ ସଂଖ୍ୟକ ଆଙ୍ଗୁଠି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୁମାର। ସାଧାରଣ ଲୋକଙ୍କ ଠାରୁ ଅଧିକ ସଂଖ୍ୟକ ଆଙ୍ଗୁଠି ଥିବାରୁ ଆଖପାଖର ଲୋକ ତାଙ୍କୁ ଅଶୁଭ ବୋଲି ବିଚାର କରୁଛନ୍ତି। ଏମିତିରେ ତାଙ୍କର ଘରୁ ବାହାରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ସମୟ କ୍ରମେ ସେ ତାଙ୍କ ଆଖପାଖର ଲୋକଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ଲୋକମାନେ ତାଙ୍କୁ ଡ଼ାହାଣୀ ସନ୍ଦେହ କରୁଥିବାବେଳେ କୁମାର ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଛନ୍ତି। ତେବେ ଏତେ ସଂଖ୍ୟକ ଆଙ୍ଗୁଠି ସୃଷ୍ଟି ହେବାର କାରଣ ହେଉଛି ପଲିଡ଼େକ୍ଟୋଲି ନାମକ ଏକ ରୋଗ। ଜନ୍ମ ପୂର୍ବରୁ ଏହି ରୋଗଗ୍ରସ୍ତ ହେବା କାରଣରୁ ୮ ମାସର ଭ୍ରୂଣରେ ଆଙ୍ଗୁଠି ସଂଖ୍ୟା ବଢ଼ିବାରେ ଲାଗିଥାଏ। ତେବେ ଜନ୍ମପରେ ଏହି ରୋଗର ଚିକିତ୍ସା ସମ୍ଭବ ଥିଲେ ମଧ୍ୟ ଗରିବ ଶ୍ରେଣୀର ପରିବାର ଜନ୍ମ ନେଇଥିବାରୁ ଚିକିତ୍ସାରୁ ବଞ୍ଚିତ ହୋଇଥିଲେ। କ୍ରମେ ଏହି ରୋଗ ତାଙ୍କ ପାଇଁ ଅଭିଶାପ ପାଲଟିଛି।
ତେବେ ଗଞ୍ଜାମର କୁମାରଙ୍କ ପରି ଗୁଜୁରାଟର ଦେବେନ୍ଦ୍ର ସୁଥର ନାମକ ଜଣେ ବ୍ୟକ୍ତି ମଧ୍ୟ ଏପରି ସମସ୍ୟା ଦେଇ ଗତି କରୁଛନ୍ତି। ହାତ ଓ ପାଦରେ ୭-୭ ହିସାବରେ ମୋଟ୍‍ ୨୮ଟି ଆଙ୍ଗୁଳି ରହିଛି। ତେବେ ଏଥିପାଇଁ ତାଙ୍କୁ ୨୦୧୦ରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ତ ମିଳିଲା କିନ୍ତୁ ଆର୍ଥିକ ସମସ୍ୟାରୁ ଉଧାର ପାଇନାହାନ୍ତି ଦେବେନ୍ଦ୍ର। ତେବେ ଏପରି ଅଧିକ ସଂଖ୍ୟକ ଆଙ୍ଗୁଠି ଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ବିଶ୍ୱରେ ବହୁତ କମ୍‍। ଗବେଷଣା ଅନୁଯାୟୀ, ସାରା ବିଶ୍ୱରୁ ମୋଟ୍‍ ୭୦୦ରୁ ୧୦୦୦ ଜଣଙ୍କର ହାତ ଓ ପାଦରେ ଏପରି ଆଙ୍ଗୁଠି ରହିଛି।

Launching Ceremony of “AYUSHMAN BHARAT

Comments are closed.