ଏହି ଉପାୟରେ ହୋଇପାରିବେ ଶାଶୁଙ୍କ ପ୍ରିୟପାତ୍ର

ସମୟ ଲାଇଭ୍‍,୨୪/୧୧: ଆଜିକାଲି ସମାଜରେ ଶାଶୂବୋହୁଙ୍କ ସମ୍ପର୍କରେ ତିକ୍ତତା ଦେଖାଯାଉଛି। ଆପଣ ଓ ଆପଣଙ୍କ ଶାଶୁଙ୍କ ସମ୍ପର୍କରୁ ଏହି ତିକ୍ତତା ଦୂର କରିବା ପାଇଁ ଆପଣାନ୍ତୁ ଏହି କେତୋଟି ସରଳ ଉପାୟ ଟ୍ଟ

୧) ଶାଶୁଙ୍କ ପସନ୍ଦ ନାପସନ୍ଦ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ରୋଷେଇ, ପୋଷାକ ପରିଧାନ ଶାଶୁଙ୍କ ମନ ମୁତାବକ ହେବାଦ୍ୱାରା ଆପଣ ଶାଶୁଙ୍କ ପ୍ରିୟପାତ୍ର ହୋଇପାରିବେ। ଶାଶୁ ମା’ ଯେଉଁମାନଙ୍କ ସହ ମିଳାମିଶା କରିବାକୁ ଚାହାନ୍ତି ନାହିଁ, ସେମାନଙ୍କ ସହ ଆବଶ୍ୟକତାଠାରୁ ଅଧିକ କଥାବାର୍ତ୍ତ। କରନ୍ତୁ ନାହିଁ।

୨)ପରିବାରର ସବୁ ସଦସ୍ୟଙ୍କୁ ସମାନ ଗୁରୁତ୍ୱ ଦେବା ସହ ସମସ୍ତଙ୍କୁ ସମୟ ଦେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ପ୍ରତି ଆପଣଙ୍କ ଶାଶୁଙ୍କର ସ୍ନେହଶ୍ରଦ୍ଧା ବଢ଼ିଥାଏ।
୩) ପତିଙ୍କ ଛୋଟମୋଟ ସ୍ନେହପୂର୍ଣ୍ଣ ଅଭିଯୋଗ ଶାଶୁଙ୍କ ଆଗରେ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶାଶୁ ଆପଣଙ୍କୁ ନିଜ ଝିଅପରି ବ୍ୟବହାର କରିବାକୁ ଲାଗିବେ।

୪)ଅଧିକାଂଶ ଶାଶୁ ଟିଭିରେ ପ୍ରସାରିତ ହେଉଥିବା ଶାଶୁ-ବୋହୁ ଧାରାବାହିକ ଦେଖିବାକୁ ପସନ୍ଦ କରନ୍ତି। ଯଦିଓ ଏହି ଧାରାବାହିକ ଆପଣଙ୍କୁ ପସନ୍ଦ ଆସୁନଥାଇପାରେ କିନ୍ତୁ ଶାଶୁଙ୍କ ସହ ଏ ସମ୍ପର୍କିତ ଗପସପ କରନ୍ତୁ। ଏହା ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ାଇଥାଏ।

Comments are closed.