ଜବରଦଖଲକାରୀଙ୍କ କବ୍ଜାରେ ୩୦୦ ଏକର ମୂଲ୍ୟବାନ୍‌ ଜମି – ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏନେଇ ବିଧାନସଭାରେ ମଙ୍ଗଳବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତର ରଖିଛନ୍ତି।

ସର୍ବାଧିକ ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ଏନେଇ ୧୬ଟି ଜବରଦଖଲ ମାମଲା ରୁଜୁ ହୋଇଥିବା ବେଳେ ଏହା ହାଇକୋର୍ଟରେ ବିଚାରଧୀନ ରହିଛି । ଗାଡକଣରେ ୨ ଏକର ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାବେଳେ, ଚନ୍ଦ୍ରଶେଖରପୁରରେ ଦେଢ ଏକର ଜମି ଜବରଦଖଲରେ ରହିଛି । ଏସବୁକୁ କବ୍ଜାକାରୀଙ୍କ କବଳରୁ ମୁକୁଳାଇବା ପାଇଁ ନୂଆ ସରକାର ଯଥାସାଧ୍ୟ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Govt

Comments are closed.