କୋରାପୁଟ, ସେପ୍ଟେମ୍ବର ୩୦ : ରାସ୍ତା ପ୍ରଶସ୍ତୀକରଣ ନାମରେ ବଳି ପଡ଼ୁଛି ବହୁ ମୂଲ୍ୟବାନ ଗଛ । କୋରାପୁଟ ଜିଲ୍ଲାର ବାରିଣୀପୁଟରୁ ବୋରିଗୁମ୍ମା, ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଚାଳିଛି । ଏହି ୪୮କିଲୋ ମିଟିର ଏନ୍ଏଚ୍ ପ୍ରଶସ୍ତିକରଣ କାମ ପାଇଁ ଜୟପୁର ଏନ୍ଏଚ୍ ଏସଡିଓ ଡିଭିଜନ ଅଧିନରେ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୪୦୦ଟି ଗଛ ଓ ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍ ପର୍ଯ୍ୟନ୍ତ ୩୧୫ଟି ଗଛ ଏଭଳି ସର୍ବମୋଟ ରାସ୍ତା ପାର୍ଶ୍ୱର ୨,୭୧୫ଟି ଗଛ କଟାଯାଇଛି । ଏହି ଗଛମାନଙ୍କରେ ବର, ଆମ୍ବ, ତେ;ୁଳି ସହ ଅନ୍ୟାନ୍ୟ ବଡ଼ ବଡ଼ ଗଛକୁ କଟାଯାଇଛି । ତେବେ ଗଛ କାଟିବା ପରେ ଏହି ଗଛକୁ ବିକ୍ରି କରିବା ଏବଂ ନୂଆ ଗଛ ଲଗାଯିବାର ଦାୟିତ୍ୱ ଏନ୍ଏଚ୍ ଓଡିଶା ବନ ଉନ୍ନୟନ ନିଗମ(ଓଏଫଡିସି)କୁ ଦେଇଛି । ଏହି ନୂଆ ଗଛ ଲଗାଯିବା ଠାରୁ ଆରମ୍ଭ କରି ୫ବର୍ଷ ପର୍ଯ୍ୟନ୍ତ ଗଛ ବୃଦ୍ଧି କରିବା ଦାୟିତ୍ୱ ଓଏଫଡିସି ନେବ । ଏଥି ପାଇଁ ସବୁ ଖର୍ଚ୍ଚ ଏନ୍ଏଚ୍ ପକ୍ଷରୁ ଓଏଫଡିସି ନିକଟରେ ଦାଖଲ କରାଯିବ । ଯେତିକି ଗଛ କଟାଯାଇଛି ଓଏଫଡିସି ଏହାର ଦୁଇ ଗୁଣା ଗଛ ଲଗାଇବ ।
ପରିବେଶ ପ୍ରଦୂଷଣକୁ ରୋକିବା ସହ ସବୁଜ ସୁନ୍ଦର କରିବା, ରାସ୍ତାରେ ଚଳାଚଳ କରୁଥିବା ଲୋକଙ୍କୁ ଗ୍ରୀଷ୍ମ ତାତିରୁ ବଞ୍ଚାଇବା ପାଇଁ ରାସ୍ତା ପାର୍ଶ୍ୱରେ ଗଛ ଲଗାଯାଇଥିଲା । ଏହି ୪୮କିଲୋମିଟରର ସମ୍ପୂର୍ଣ୍ଣ ରାସ୍ତା କାମ ସରିବା ପରେ ରାସ୍ତା ପାର୍ଶ୍ୱ ବନୀକରଣ ଓଏଫଡିସି କରିବ, ଏଥିରେ ଏନ୍ଏଚ୍ର କିଛି ଭୂମିକା ନାହିଁ ବୋଲି କହିଛନ୍ତି ଏନ୍ଏଚ୍ ଅଧିକାରୀ ।
ରାସ୍ତା ପାର୍ଶ୍ୱରେ ଏତେ ସଂଖ୍ୟକ ଗଛ କାଟିବା ପରେ ତୁରନ୍ତ ହିଁ ନୂଆ ଗଛ ଲଗାଯିବା କଥା । ସେଭଳି କରାଗଲେ ପରିବେଶ ସ;ୁଳନ ବଜାୟ ରହିଥାନ୍ତା ବୋଲି ପରିବେଶବିତ୍ମାନେ ମତ ରଖିଛନ୍ତି । ୪୮କିଲୋ ମିଟର ମଧ୍ୟରେ ଯେଉଁ ସ୍ଥାନର କାମ ସରିଛି କିମ୍ବା ଶେଷ ପର୍ଯ୍ୟାୟରେ ରହିଛି ସେ ଅଞ୍ଚଳରେ ଗଛ ଲଗାଇ ଦେବା କଥା । ଏପରି ନ ହେବା ଫଳରେ ପରିବେଶ ପ୍ରଦୂଷଣ ହେବା ସହ ଆଗାମୀ ଦିନରେ ଯେତିକି ଗଛ କଟାଯାଇଛି ସତରେ ତାହାର ଦୁଇ ଗୁଣା ଗଛ ଲାଗିବ କି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ବିଶ୍ୱ ତାପମାନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ଚିନ୍ତା କରିବାର ସମୟ ଆସିଛି । ଏହା ସହିତ ଅତି କମରେ ୩୩ ପ୍ରତିଶତ ସବୁଜ ବଳୟ ସୃଷ୍ଟି ଦିଗରେ ସବୁ ବର୍ଗର ଲୋକଙ୍କ ସହଭାଗୀତା ରହିଥିବା ବୁଦ୍ଧିଜିବୀ ମହଳରେ ମତ ପ୍ରକାଶ ପାଇଛି ।

Comments are closed.