ଭୁବନେଶ୍ୱର : ପାଖେଇ ଆସିଲାଣି ୨୪ ସାଧାରଣ ନିର୍ବାଚନ। ୩ ଦଳ ଆରମ୍ଭ କରିସାଲେଣି ନିଜ ନିଜ ପଲିଟିକାଲ ଷ୍ଟ୍ରIଟେଜି । ବାରମ୍ବାର ପରାଜୟର ମୁହଁ ଦେଖୁଥିବା ବିଜେପି ଏଥର ବଡ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ। ସେହିପରି ରାଜ୍ୟରେ ବିଜେଡି ପୁନଃ କ୍ଷମତା ଅକ୍ତିଆର କରିବାପାଇଁ କିଛି ବଡ ଯୋଜନା ଘୋଷଣା କରିପାରେ। ୨୦୦୯ରେ ବିଜେଡି ଦୁଇ ଟଙ୍କିଆ ଚାଉଳକୁ ପ୍ରସଙ୍ଗ କରିଥିବା ବେଳେ ୨୦୧୪ରେ ଟଙ୍କିକିଆ ଚାଉଳ ଏବଂ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିଥିଲା ଏହା ପାରେ ୨୦୧୯ ନିର୍ବାଚନରେ କାଳିଆ, ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ନିର୍ବାଚନକୁ ଓହ୍ଲାଇ ଥିଲା।ଏହାର ଫାଇଦା ମଧ୍ୟ ଫାଇଥିଲା। ବର୍ତ୍ତମାନ ପରିସ୍ଥିତି ଭିନ୍ନ, କେନ୍ଦ୍ର ଚାଉଳ ବନ୍ଦ କଲାପରେ ବିଜେପି ଚିନ୍ତା କରୁଛି ଏଥର କିଛି ଗୋଟେ ବଡ ଯୋଜନା ଘୋଷଣା କରିବ।
ବର୍ତ୍ତମାନ ରାଜ୍ୟରେ ଚାଉଳକୁ ରାଜନୀତି ମାହୋଲ ପୁରା ଗରମ ଅଛି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷାର ନାଁ ପରିବର୍ତ୍ତନ କରି ଦେଶରେ ୮୦ କୋଟି ଲୋକଙ୍କ ଏକ ବର୍ଷ ପର୍ଯ୍ୟନ୍ତ ମାଗେଣା ଚାଉଳ ଦେବେ, ଏବଂ ସେହି ଚାଉଳ ମୋଦିଙ୍କ ଫୋଟୋ ଥିବା ବ୍ୟାଗରେ ଆସିବା। ଯାହା ବିଜେଡି କୁ ହଜମ ହୋଇନି। ବିଜେଡି ଏବେ ହରଡ ଘଣାରେ ପଡିଯାଇ ଔଷଧ ବିକଳରେ ତାଟିଆ କାମୁଡୁଛି। ଏବେ ବିଜେଡି ଚିନ୍ତା କରୁଛି ଚାଉଳକୁ ଛାଡି ଏବେ କିଛି ବଡ଼ ଯୋଜନା କରିବ, ଯଦି ବିଜେଡି ବଡ ଘୋଷଣା କରିବେ ତେବେ କଣ କରିବେ, ସେ ଘୋଷଣାରେ ମଧ୍ୟବିତଙ୍କୁ ସୁହାହିବ ନା ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ଭିତ୍ତିକ କିଛି କରିବେ। କାହିଁକି ନା ରାଜ୍ୟବାସୀ ପୂର୍ବରୁ ମଧ୍ୟ ଦେଖିଛନ୍ତି ନବୀନଙ୍କ ମାଷ୍ଟ୍ର ଷ୍ଟ୍ରୋକ ଯେଉଁଥିରେ ବିରୋଧୀ ସିଧା ଚିତ୍ତପଟାଙ୍ଗ ହୋଇଛନ୍ତି।
ବର୍ତ୍ତମାନ ପରିସ୍ଥିତିକୁ ଦେଖିବାକୁ ଗଲେ ନବୀନ କିଛି ବଡ ଘୋଷଣାର ପୂର୍ବାନୁମାନ ହେଉଛି। ଆଗକୁ ମଧ୍ୟ ବଜେଟ ଅଧିବେଶନ ଆସୁଛି। ତେବେ ଦେଖା ଯାଉ ନବୀନ କଣ ଘୋଷଣା କରୁଛନ୍ତି। ନବୀନଙ୍କ ୟରକର ବଲରେ ବିରୋଧୀ କ୍ଲିନ ବୋଲଡ ହେଉଛନ୍ତି ନା ଛକା ମାରୁଛନ୍ତି ତାହା ସମୟ କହିବ।

Comments are closed.