ଭୁବନେଶ୍ୱର: ଥାଇଲାଣ୍ଡର ନାଖୁନ ପାଥୋମରେ ଚାଲିଥିବା ୨୧ତମ ପିନ୍ସେସ୍ କପ୍, ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ କପ୍ରେ ଭାରତୀୟଙ୍କ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ସିନିୟର ମହିଳା ଦଳ ୩-୦ (୨୫-୧୬, ୨୫-୧୯, ୨୫-୮) ସେଟ୍ରେ ସିଙ୍ଗାପୁରକୁ ହରାଇ ଅଭିଯାନ ଆରମ୍ଭ କରିଛି । ଏହି ପ୍ରତିଯୋଗିତା ଆଗାମୀ ୩୦ ତାରିଖରେ ଶେଷ ହେବ । ଭାରତୀୟ ଦଳର ଅଧିନାୟିକା ନିର୍ମଳ, ସୌର୍ଯ୍ୟ, ଅନୁଶ୍ରୀଙ୍କ ଜମାଣିଆ ପ୍ରଦର୍ଶନ ଯୋଗୁଁ ଭାରତ ବିଜୟ ହାସଲ କରିଛି । ଏହି ପ୍ରତିଯୋଗିତାରେ ୬ଟି ଦଳ ଯଥା ଭାରତ, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଉଜବେକିସ୍ତାନ ଓ ହଂକଂ ଅଂଶଗ୍ରହଣ କରିଛନ୍ତି । ୨୫ ତାରିଖରେ ଭାରତ ଦ୍ୱିତୀୟ ମ୍ୟାଚ୍ରେ ଉଜବେକିସ୍ତାନକୁ ଭେଟିବ । ଭଲିବଲ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଅଚୁ୍ୟତ ସାମନ୍ତ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.