କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

0

ରାୟଗଡା : କଲରାପତରିଆ ବାଘ ଛାଲ ବିକ୍ରି ଅଭିଯୋଗରେ ୪ ଗିରଫ ବାଘଛାଲ ଜବତ । ରାୟଗଡା କୋଲନରା ଅଂଚଳରୁ ଦୁଇଟି କଲରାପତରିଆ ବାଘ ଛାଲ କରାଯାଇଛି । ମୃତ ବାଘ ୨ ଟିର ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର ନାଗପୁରର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତା ଓ ଗୁଣପୁର ପୁଟାସିଂ ଅଞ୍ଚଳର ଜିସୟ ଗମାଙ୍ଗ ଏବଂ ମାଛଖୁଣ୍ଟି ଅଞ୍ଚଳର ମହେଶ ହୁଇକା। ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଂଟଲ୍ଲିଜେନ୍ସ ବିଭାଗ ସମସ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

ବାଘ ଚମଡା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେ । ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରୀ କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ କହିଛନ୍ତି।

Govt
Leave A Reply

Your email address will not be published.