ମାଲକାନଗିରି : ମାଲକାନାଗିରି ସୀମାନ୍ତରେ ପୁଣି ଲାଲ ଆତଙ୍କ । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୨ ଜଣ ଜୱାନ ସହିଦ ହୋଇଛନ୍ତି । ଛତିଶଗଡ଼ ବିଜେପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲୁଥିବାବେଳେ ମାଓବାଦୀ ମାନେ ସୁରକ୍ଷାକର୍ମୀଂକ ଉପରେ ଆକ୍ରମଣ କରିଥିଲେ । ମାଓବାଦୀ ମାନେ ପାଇପ ବୋମା ଦ୍ୱାରା ଯବାନଙ୍କ ଉପରେ ଆକ୍ରମଣ କରିବାରୁ ୬ ଜଣ ଯବାନ ଗୁରୁତର ହୋଇଥିଲେ । ତେବେ ଘଟଣାସ୍ଥଳରେ ୪ ଜଣ ଯବାନ ଗୁରୁତର ହୋଇଥିବାବେଳେ ୨ ଜଣ ଯବାନ ସହିଦ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତ ଯବାନଙ୍କୁ ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ସେହିପରି ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ସହିଦ ଜୱାନ ହେଲେ ଏସ ଟି ଏଫ ବାଟାଲିୟନର କନେଷ୍ଟବଳ ଭାରତ ଲାଲ ସାହୁ ଏବଂ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।
ସୂଚନାନୁସାରେ,ପାଖଞ୍ଜୁର ଚି଼ନ୍ଦବେଟି ଜଙ୍ଗଲରେ ମାଓ ଗତିବିଧି ବଢିବା ଯୋଗୁଁ ମହାରାଷ୍ଟ୍ର ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ କରାଯାଇଥିଲା । ହେଲେ ଏହାର ଖବର ପାଇ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଲୁଛି ସୁରକ୍ଷାକର୍ମୀଂକ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଜୱାନଙ୍କ ପାଲଟା ଆକ୍ରମଣରେ ୨ ଜଣ ମାଓବାଦୀ ନିହତ ହେବା ସହିତ ୬ ଜୱାନ ଗୁରୁତର ହୋଇଥିଲେ I ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.