କ୍ୟାବ ଡ୍ରାଇଭରଙ୍କୁ ଅପହରଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର : ରାଜଧାନୀରୁ କ୍ୟାବ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ । ମାଷ୍ଟରମାଇଣ୍ଡ ସହ ୨ ଜଣଙ୍କୁ ଗିରଫ କଲା ଗଦିଆଁ ପୋଲିସ । ଏହି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ଉବର ଆପରେ ବୁକିଂ କରି, କାର ସହ କାର ମାଲିକଙ୍କୁ ଅପହରଣ କରାଯାଇଥିଲା । ଭୁବନେଶ୍ୱର ଏମ୍ସ ନିକଟରୁ ଅପହରଣ କରି ଯୋରନ୍ଦା ରାଧାଦେଇପୁର ଜଙ୍ଗଲରେ ଡ୍ରାଇଭରକୁ ଛୁରୀ ଦେଖାଇ କାର ଲୁଟି ନେଇଥିଲେ ଦୁର୍ବୁତ୍ତ । ଏହି ଘଟଣାରେ ତଦନ୍ତ କରି ଗଦିଆଁ ପୋଲିସ ୨ ଅଭିଯୁକ୍ତଂକୁ ଚତୁରତାର ସହ ଗିରଫ କରିଛି । ୩ ଅଭିଯୁକ୍ତ ଆଠଗଡ଼ ନିକଟରେ ଚା’ ପିଇ ଫୋନ ପେ’ରେ ଟଙ୍କା ଦେଇଥିଲେ। ଯାହାର ସୁରାକ ପାଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ଚୋରି ହୋଇଥିବା କାରକୁ ପୋଲିସ ଜବତ କରିବା ସହ ଭୁବନେଶ୍ୱର କଳିଙ୍ଗ ବିହାରରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

Govt

Comments are closed.