ଭଞ୍ଜନଗର : ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଗିରଫ । ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଭଞ୍ଜନଗର ପୋଲିସ ଗିରଫ କରିଥିବାବେଳେ ବୁଧୁବାର ଆଉ ୨ ଜଣ ଗିରଫ ହୋଇଛନ୍ତି । ଏହି ୨ ଜଣ ହେଲେ ନୟାଗଡ଼ ଜିଲା ଶରଣକୁଳର ସାଲୁ ନାଇକ ଏବଂ ଭଞ୍ଜନଗର ଲନ୍ଦେଇସାର ସୁର୍ଯ୍ୟ ପ୍ରଧାନ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି ଭଞ୍ଜନଗର ପୋଲିସ । ଏଥିସହ ଗୋଟିଏ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି। ବେଆଇନ ବନ୍ଧୁକ ରଖିବା ଘଟଣାରେ ଅନ୍ୟ କିଛି ଲୋକ ଜଡିତ ଥିବା ନେଇ ପୋଲିସ ଚଢ଼ାଉ ଜାରି ରଖିଛି ।

Comments are closed.