ମିଳୁନି ନାଗରିକତ୍ୱ: ସ୍ୱଦେଶ ବଢ଼ିଲେ୧୫୦୦ ପାକିସ୍ତାନୀ ହିନ୍ଦୁ

ଜୟସାଲ୍ମେର୍‌: ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାରେ କଠୋର ସରକାରୀ ନୀତିନିୟମ ଥିବାରୁ ବହୁସଂଖ୍ୟକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରିଯାଉଛନ୍ତି ବୋଲି ‘ସୀମନ୍ତ ଲୋକ ସଙ୍ଗଠନ’ କହିଛି । ୨୦୨୨ ଜାନୁଆରିରୁ ଜୁଲାଇ ମଧ୍ୟରେ ୩୩୪ଜଣ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରି ଯାଇଛନ୍ତି । ଅତ୍ୟାଚାରିତ ହେଉଥିବାରୁ ଉକ୍ତ ହିନ୍ଦୁମାନେ ପାକିସ୍ତାନରୁ ଭାରତକୁ ଚାଲିଆସିଥିଲେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ମିଳୁନି ନାଗରିକତ୍ୱ: ସ୍ୱଦେଶ ବଢ଼ିଲେ୧୫୦୦ ପାକିସ୍ତାନୀ ହିନ୍ଦୁ

‘ସୀମନ୍ତ ଲୋକ ସଙ୍ଗଠନ’ର ଅଧ୍ୟକ୍ଷ ହିନ୍ଦୁ ସିଂହ ସୋଧା କହିଛନ୍ତି, ୨୦୨୧ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୫୦୦ ପାକିସ୍ତାନୀ ହିନ୍ଦୁ ପାକିସ୍ତାନକୁ ଫେରିଯାଇଛନ୍ତି । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ଶିଥିଳତା ଯୋଗୁଁ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ହତୋତ୍ସାହ ହୋଇପଡ଼ିଛନ୍ତି ।

ମିଳୁନି ନାଗରିକତ୍ୱ: ସ୍ୱଦେଶ ବଢ଼ିଲେ୧୫୦୦ ପାକିସ୍ତାନୀ ହିନ୍ଦୁ

ଭାରତୀୟ ନାଗରିକତ୍ୱ ପାଇବାକୁ ଥିବା ଔପଚାରିକତା ପରିପୂରଣ ପାଇଁ ଉକ୍ତ ହିନ୍ଦୁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଅର୍ଥ କିମ୍ବା ସମ୍ବଳ ନାହିଁ । ତେଣୁ, ସେମାନେ ପାକିସ୍ତାନକୁ ଫେରିଯାଉଛନ୍ତି ।

ମିଳୁନି ନାଗରିକତ୍ୱ: ସ୍ୱଦେଶ ବଢ଼ିଲେ୧୫୦୦ ପାକିସ୍ତାନୀ ହିନ୍ଦୁ

ସେ ଆହୁରି ମଧ୍ୟ କହିଛନ୍ତି, ଅର୍ଥ ବ୍ୟୟ କରି ମଧ୍ୟ ସେମାନେ ନାଗରିକତ୍ୱ ପାଇବାର କୌଣସି ନିଶ୍ଚିତତା ନାହିଁ । ଭାରତୀୟ ନାଗରିକତ୍ୱ ପାଇବା ଲାଗି ପ୍ରାୟ ୨୫୦୦୦ ପାକିସ୍ତାନୀ ହିନ୍ଦୁ ଚାହିଁ ୧୦/୧୫ ବର୍ଷ ହେବ ଏଠାରେ ଅପେକ୍ଷା କରି ବସିଛନ୍ତି । ୨୦୦୪ ଏବଂ ୨୦୦୫ରେ ଶିବିର ଆୟୋଜନ କରାଯାଇ ୧୩,୦୦୦ ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିଲା । କି;ୁ, ଗତ ୫ ବର୍ଷ ମଧ୍ୟରେ ମାତ୍ର ୨୦୦୦ ପାକିସ୍ତାନୀ ହିନ୍ଦୁଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି ।

ମିଳୁନି ନାଗରିକତ୍ୱ: ସ୍ୱଦେଶ ବଢ଼ିଲେ୧୫୦୦ ପାକିସ୍ତାନୀ ହିନ୍ଦୁ

ସେପଟେ, ପାକିସ୍ତାନୀ ଦୂତାବାସ ମଧ୍ୟ ଫି’ ବୃଦ୍ଧି କରିଥିବାରୁ ଶରଣାର୍ଥୀମାନେ ଦେଇପାରୁ ନାହାନ୍ତି । ପାସ୍ପୋର୍ଟ ‘ରିନ୍ୟୁଆଲ୍‌’ ଫି’ ବାବଦକୁ ଆଗରୁ ଟ. ୮୦୦୦/- ଥିବା ବେଳେ ଏବେ ତାହା ଟ. ୧୦୦୦୦/-କୁ ବୃଦ୍ଧି ପାଇଛି ।

Govt

Comments are closed.