ହାଇଦ୍ରାବାଦ : ମାତ୍ର ୧୩ ବର୍ଷରେ ପର୍ବତ ଚଢା । ୧୩ ବର୍ଷରେ କୌଣସି ସ୍ଥାନକୁ ଏକା ଯିବା ପାଇଁ ମଧ୍ୟ କିଛି ପିଲା ଡରୁଥିବେ, ହେଲେ ହାଇଦ୍ରାବାଦର ମୁରିକି ପୁଲକିତ୍ ଏହି ବୟସରେ ପର୍ବତ ଚଢିଛନ୍ତି । ଆଫ୍ରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ‘କିଲ୍ମନଜାରୋ’କୁ ମୁରିକି ଆରୋହଣ କରିଛନ୍ତି । ନିଜର ଅନୁଭୂତି ନେଇ ବେଶ୍ ଖୁସି ଅଛନ୍ତି ମୁରିକି । ଆଗକୁ ୨୦୨୪ ଭିତରେ ବିଶ୍ୱର ସମସ୍ତ ସାତଟି ଉଚ୍ଚତମ ଶୃଙ୍ଗ ଆରୋହଣ କରିବାକୁ ତାଙ୍କର ଯୋଜନା ରହିଛି ।

 ସେ ଏକ ସିନେମାରୁ ଏଭଳି କରିବାକୁ ପ୍ରେରଣା ପାଇଥିଲା । ତେବେ ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ପର୍ବତାରୋହଣ ପୂର୍ବରୁ ଜଣଙ୍କୁ ମାନସିକ ସ୍ତରରେ ବେଶ୍ ଶକ୍ତିଶାଳୀ ହେବାକୁ ପଡିଥାଏ । ସେ ନିଜର ମାନସିକ ଶାନ୍ତି ରଖିବାକୁ ଯୋଗ ଓ ଧ୍ୟାନର ସାହାରା ନେଇଥିଲେ । ବର୍ତ୍ତମାନ ମୁରୁକି ସମସ୍ତ ଯୁବଗୋଷ୍ଠୀ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କର ଏହି ଅଦମ୍ୟ ସାହସକୁ ସମସ୍ତେ ପ୍ରଂଶସା କରୁଛନ୍ତି ।

 
			 
						
Comments are closed.