ଭଦ୍ରକ: ପିକ-ଅପ ଭ୍ୟାନ ଜବତ ହେଲା ୧୦୮ ପ୍ୟାକେଟ ଗଞ୍ଜେଇ I ଗୁଇନ୍ଦା ସୂଚନାନୁସାରେ ଏହି ଗଞ୍ଜେଇ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରୁ ଜବତ କରାଯାଇଛି I ଏହା ସହିତ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି I ଭଣ୍ଡାରିପୋଖରୀ ଅଞ୍ଚଳରେ ଏକ ପିକ-ଅପ ଭ୍ୟାନରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା I ସୂଚନା ଆଧାରରେ ଗୁଇନ୍ଦା ବିଭାଗ ପକ୍ଷରୁ ଭ୍ୟାନ କୁ ପିଛା କରି ଜାତୀୟ ରାଜପଥରେ ଅଟକାଇ ଥିଲେ I
ଭ୍ୟାନ ଭିତରେ ବେଆଇନ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଭ୍ୟାନ୍କୁ ଜବତ କରିବା ସହ ଏଥିରେ ଥିବା ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି । ଏହି ବେଆଇନ ଗଞ୍ଜେଇ କେଉଁଠାରୁ କେଉଁଠି କୁ ଯାଉଥିଲା ତାର ସୂଚନା ମିଳିପାରିନାହିଁ। କେନ୍ଦ୍ରୀୟ ଆବକାରୀ ଗୁଇନ୍ଦା ଅଧିକ ତଦନ୍ତ ଚଳାଇଛି।

Comments are closed.