ଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଫୁଡ୍ ଚାଲେଞ୍ଜ କିମ୍ବା ଇଟିଙ୍ଗ ଚାଲେଞ୍ଜ ଭାଇରାଲ ହେବାରେ ଲାଗିଛି । ଏହି ଚାଲେଞ୍ଜରେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳୁଛି । କେଉଁଠି କିଏ କମ ସମୟରେ ଅଧିକା ଖାଇ ରେକର୍ଡ କରୁଛି ତ ଅନ୍ୟ କେଉଁଠି ଅଧିକା ଓଜନର ଖାଦ୍ୟ ଭାଇରାଲ ହେଉଛି । ସେହିଭଳି ଏକ ଖାଦ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଏକ ଷ୍ଟ୍ରିଟ୍ ଫୁଡ୍ ସପ୍ରେ ପ୍ରସ୍ତୁତ ହୋଇଛି ଏକ କାଠି ରୋଲ୍ । ଏହି କାଠି ରୋଲ୍ର ଓଜନ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଏହି କାଠି ରୋଲ୍ର ଓଜନ ରହିଛି ୧୦ କେଜି । ତେବେ ଏହି ଏଠାରେ ଏକ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି । ଏହି ୧୦ କେଜିର କାଠି ରୋଲ୍କୁ ଯିଏ ୨୦ ମିନିଟ୍ରେ ସାରିବ ତାକୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଏହି କାଠି ରୋଲ୍ରେ ପ୍ରାୟ ୩୦ ଅଣ୍ଡା ସହିତ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ରହିଛି । ଏଥିରେ ଚାଓମିନ୍, କବାବ୍ ଓ ସୋୟା ଚାପ୍ ଭଳି ଜିନିଷ ରହିଛି । ସୋସିଆଲ ମିଡିଆରେ ଏହି ଚାଲେଞ୍ଜଟି ବେଶ୍ ଭାଇରାଲ ହେବାରେ ଲାଗିଛି ।
Comments are closed.