‌ ମନୀଷଙ୍କ ଫିଟ୍‌ନେସ୍‌ ସିକ୍ରେଟ୍!

ଏବେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି ସମୟରେ ତାଙ୍କର ଫିଟ୍‌ନେସ୍‌ ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ସ୍ତ୍ରୀଙ୍କ ସହ ୧୦ ମହଲା କୋଠାର ସିଡ଼ି ଚଢ଼ି ଓହ୍ଲାଉଛନ୍ତି। ଏହା ବ୍ୟତୀତ ନିଜ ଘରେ ଆବଶ୍ୟକ ଜିମ୍‌ ଉପକରଣ ତିଆରି କରିଛନ୍ତି। ଏହି ସମୟରେ ପରିବାର ଲୋକେ ଘରେ ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବେଳେ ମନୀଷ ତାଙ୍କ କ୍ୟାଲୋରୀ ହ୍ରାସ କରିବାର ନୂଆ ତରିକା ଆପଣାଇଛନ୍ତି।

 ମୁଁ ମଧ୍ୟ ଘରେ ରହିବାର ଆବଶ୍ୟକତାକୁ ବୁଝିପାରୁଛି। ମୁଁ ଜାଣିଥିଲି ଯେ ଏହି ଲକ୍‌ଡାଉନ୍‌ ସମୟରେ ଜିମ୍‌ ଯାଇପାରିବି ନାହିଁ। କିନ୍ତୁ ପ୍ରତିଦିନ ବ୍ୟାୟାମ କରିବାକୁ ଚାହୁଁଥିଲି। ତେଣୁ କିଛି ଜିମ୍‌ ଉପକରଣ କିଣିଥିଲି। ଯାହା କିଛି ହେଇଯାଉନା କାହିଁକି ମୁଁ ଏବଂ ମୋ’ ସ୍ତ୍ରୀ ଏହି ଲକ୍‌ଡାଉନ୍‌ ସମୟରେ ଫିଟ୍‌ ରହିବାକୁ ଚାହୁଁଛୁ। ସେଥିପାଇଁ ଘର ପାଇଁ ଡମ୍ବଲ, ବେଞ୍ଚ ଏବଂ ଷ୍ଟିକ୍‌ କିଣିଥିଲି। ଏହା ବ୍ୟତୀତ ମୋ’ ସ୍ତ୍ରୀ ମଧ୍ୟ ଅନେକ ତାଲିମ ଦିଇନ୍ତି। ତେଣୁ ଆମେ ଅନେକ ପ୍ଲାକ, ପୁସ୍‌ଅପ, ଅବସ କ୍ରଞ୍ଚ ଆଦି କରୁଛୁ। ବାସ୍ତବରେ ଫିଟ୍‌ ରହିବା ପାଇଁ ଆମେ ପ୍ରତିଦିନ ୧୦ ମହଲା କୋଠ ଚଢୁଛୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରୁଛୁ।

Govt

Comments are closed.