ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କଣ୍ଢେଇ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାର ନାଁ ହେଉଛି ଲାବୁବୁ ଡଲ୍ । ଏହି କଣ୍ଢେଇଟି ସମସ୍ତ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଭାଇରାଲ ହେଉଛି । ବର୍ତ୍ତମାନ ଏହାକୁ ନେଇ ଏକ ଖବର ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ଗୋଟିଏ ଲାବୁବୁ ଡଲ୍ ୯.୧୫ ଲକ୍ଷ ଟଙ୍କାରେ ବିକ୍ରି ହୋଇ ସବୁଠାରୁ ଦାମୀ ଡଲ୍ ଭାବେ ବିବେଚିତ ହୋଇଛି । ସୂଚନା ଅନୁସାରେ ଇକମର୍ସ ଓ୍ୱବସାଇଟ୍ ଇବେରେ ଏହି କଣ୍ଢେଇଟି ଏତେ ଦାମରେ ବିକ୍ରି ହୋଇଛି । କଣ୍ଢେଇଟିର ନାଁ ମନଷ୍ଟର ରଖାଯାଇଛି, ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୂଚନା ଅନୁସାରେ ହଂକଂର ଆର୍ଟିଷ୍ଟ କେସିଂ ଲୁଙ୍ଗ ଏହି ଚରିତ୍ର ଲାବୁବୁକୁ ନିର୍ମାଣ କରିଥିଲେ । ତାଙ୍କ ମନଷ୍ଟର ସିରିଜ୍ର ଗୋଟିଏ ଚରିତ୍ର ଥିଲା ଏହି ଲାବୁବୁ ଡଲ୍ । ଏହା ପ୍ରଥମେ ଏକ ପୁସ୍ତକରେ ସ୍ଥାନ ପାଇଥିଲା ଯାହାପରେ ଏହାର କଣ୍ଢେଇ ବର୍ତ୍ତମାନ ଭାଇରାଲ ହେଉଛି । ଏହାକୁ ୨୦୧୫ରେ ପ୍ରଥମଥର ପାଇଁ ମାର୍କେଟରେ ପ୍ରବେଶ କରାଯାଇଥିଲା ।