୮୬ ବର୍ଷରେ କାର୍ ରେସ୍ କରୁଛନ୍ତି ଟୋନି
ସାଧାରଣତଃ ୮୬ ବର୍ଷରେ ଜଣେ ବୃଦ୍ଧ ଘରେ ଆରାମ କରିଥାନ୍ତି । ଏହି ବୟସରେ ଜଣେ ନିଜ ନିଜର କାର୍ଯ୍ୟ କରିବାରେ ସକ୍ଷମ ହୁଅନ୍ତି ନାହିଁ । ହେଲେ ଆମେରିକାର ୮୬ ବର୍ଷୀୟ ଟୋନି ଡାଣ୍ଡେଓ ଏଭଳି ଏକ ରେର୍କଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟୋନି ଡାଣ୍ଡେଓ ୮୬ ବର୍ଷରେ ଦୁନିଆର ସବୁଠାରୁ ବୟସ୍କ ଡ୍ରାଇଭର ଭାବେ ରେକର୍ଡ କରିଛନ୍ତି । ସେ ‘ହାର୍ନେସ ରେସ୍’ ଜିତି ଏହି ରେର୍କଡକୁ ନିଜ ନାମରେ କରିଛନ୍ତି । ନୁ୍ୟଜର୍ସିରେ ଆୟୋଜିତ ‘ଫ୍ରି ହୋଲï ହାରନେସ୍ ରେସ୍’ରେ ଟୋନି ଭାଗ ନେଇଥିଲେ । ଯେଉଁଥିରେ ସେ ପୂର୍ବ ପ୍ରତିଯୋଗୀଙ୍କର ରେର୍କଡକୁ ଭାଙ୍ଗିବା ସହିତ ନିଜ ନାମରେ ଏକ ନୂଆ ରେର୍କଡ କରିଛନ୍ତି । ପୂର୍ବରୁ ଜର୍ଜ ମେକକଣ୍ଡ୍ଲେସ୍ ୧୯୯୪ରେ ୮୩ ବର୍ଷରେ ଏହି ରେର୍କଡ ସେଟ୍ କରିଥିଲେ । ତେବେ ଟୋନିଙ୍କୁ ମଧ୍ୟ ଜର୍ଜଙ୍କ ଠାରୁ ହିଁ ପ୍ରେରଣା ମିଳିଥିଲା ଏଭଳି କରିବାର । ତେବେ ଏହି ବିଜୟ ତାଙ୍କର ୨୩୪ ତମ ବିଜୟ । ଏହା ପୂର୍ବରୁ ସେ ଅନେକ ରେସ୍ରେ ଭାଗନେବା ସହିତ ଜିତିଛନ୍ତି ମଧ୍ୟ । ନିକଟରେ ସେ ୨୦୧୬ରେ ମଧ୍ୟ ଏକ ରେସ୍ ଜିତିଥିଲେ ।
Comments are closed.