ନୂଆଦିଲ୍ଲୀ : କିମ୍ବଦନ୍ତୀ ହଲିଉଡ ଅଭିନେତା ରବର୍ଟ ଡି ନିରୋ ୭୯ ବର୍ଷ ବୟସରେ ବାପା ହୋଇଛନ୍ତି। ନିକଟରେ ସେ ଏକ ଶିଶୁ ପୁତ୍ରକୁ ସ୍ବାଗତ କରିଥିବା ନିରୋ କହିଛନ୍ତି। ଏହାଫଳରେ ସେ ୭୯ ବର୍ଷ ବୟସରେ ସପ୍ତମ ଶିଶୁର ବାପା ହୋଇଛନ୍ତି। ଏକାଧିକ ଏକାଡେମି ଆୱାର୍ଡ ଜିତିଥିବା ଏହି ଅଭିନେତା ଏକ ସାକ୍ଷାତକାର ଏହି ସୂଚନା ଦେଇଛନ୍ତି। ନିରୋ କହିଛନ୍ତି, ବେଳେବେଳେ ସେ ତାଙ୍କ ଅନ୍ୟ ୬ ପିଲାଙ୍କ ପ୍ରତି କଠୋର ହୋଇଯାଆନ୍ତି। ସାକ୍ଷାତକାରରେ ଯେତେବେଳେ ନିରୋଙ୍କର ୬ ସନ୍ତାନ ଥିବା କୁହାଯାଇଥିଲା ସେ ସମୟରେ ସେ କହିଥିଲେ ନା’ ୭। ନିକଟରେ ମୋର ଗୋଟିଏ ପୁଅ ହୋଇଛି। ନିରୋ କହିଛନ୍ତି, ତାଙ୍କ ପିଲାମାନେ ତାଙ୍କ କଥାରେ ବେଳେବେଳେ ଏକମତ ହୁଅନ୍ତିନି। କିନ୍ତୁ ସେମାନେ ସମ୍ମାନ ଦିଅନ୍ତି।

Comments are closed.