୭ହଜାର ଟଙ୍କାରେ ବିମାନ ନିର୍ମାଣ

0

ବିଭିନ୍ନ ସମୟରେ ଦେଶୀ ଇଞ୍ଜିନିୟରମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଆନ୍ତି । ଏହିଭଳି ଘଟଣା ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ । ସେହିଭଳି ଏକ ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିହାରର ମୁଜଫରପୁରର ୧୫ ବର୍ଷର ଜଣେ ବାଳକ ୭ ହଜାର ଟଙ୍କା ଖର୍ଚ୍ଚ କରି ସେ ଏକ ଏୟାରକ୍ରାଫ୍ଟର ନିର୍ମାଣ କରିଛନ୍ତି । ବାଳକଙ୍କ ପାଖରେ କୌଣସି ପ୍ରଶିକ୍ଷିଣ ନାହିଁ ଯେପରି ସେ କେଉଁଠି ଟ୍ରେନିଂ ନେଇ ନାହାନ୍ତି କି ତାଙ୍କର ଉପକରଣ ଉପରେ କୌଣସି ଜ୍ଞାନ ମଧ୍ୟ ନାହିଁ । ହେଲେ ସେ ଏହି ବିମାନ ନିର୍ମାଣ କରିବାରେ ସମର୍ଥ ହୋଇପାରିଛନ୍ତି । ସୂଚନା ଅନୁସାରେ ବିହାରର ଏହି ବାଳକ ଜଣଙ୍କ ମାତ୍ର ସାତ ଦିନରେ ୭ହଜାର ଖର୍ଚ୍ଚ କରି ଏହି ଛୋଟ ବିମାନଟିକୁ ନିର୍ମାଣ କରିଛନ୍ତି । ସେହିଭଳି ଏହି ଏୟାରକ୍ରାଫ୍ଟଟି ପାଖାପାଖି ୩୦୦ ଫୁଟ ଉପରକୁ ଉଡିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ସେହିଭଳି ଭିଡିଓରେ ଦେଖିବାକୁ ମିଳୁଛି କି ନିଜେ ବାଳକ ଜଣଙ୍କ ଏହି ଏୟାରକ୍ରାଫ୍ଟଟିକୁ ଉଡାଉଛନ୍ତି । ପିଲାଦିନୁ ତାଙ୍କର ଗୋଟିଏ ଏୟାରକ୍ରାଫ୍ଟ ନିର୍ମାଣ କରିବା ସ୍ୱପ୍ନ ଥିଲା, ଯାହାକୁ ସେ ବର୍ତ୍ତମାନ ପୂରଣ କରୁଛନ୍ତି । ସୋସିଆଲ ମିଡିଆରେ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.