ଦିଲ୍ଲୀ : ସେପ୍ଟେମ୍ବର ୧: ଗୋଟିଏ ସାଧାରଣ ଖଟିଆର ମୂଲ୍ୟ ୪୧ ହଜାର ଟଙ୍କା । କଥାଟି ଶୁଣିବାକୁ ଟିକେ ଅଜବ ଲାଗିଲେ ମଧ୍ୟ ସତ । ୪୧ ହଜାରରେ ଗୋଟିଏ ଭଲ ଖଟ କିଣାଯାଇପାରିବ । କିନ୍ତୁ ଏହି ମୂଲ୍ୟରେ ଏକ ଖଟିଆ କିଣିବାକୁ କିଏ କାହିଁ ଚାହିଁବ ? ତେବେ ଘଟଣାଟି ଆମ ଦେଶର ନୁହେଁ । ନୁ୍ୟଜିଲାଣ୍ଡର ଏକ ଅନ୍ଲାଇନ୍ େୱବ୍ସାଇଟ୍ରେ ଏକ ଖଟିଆର ଦାମ ରହିଛି ୪୧ ହଜାର । ଭାରତରେ ଏକ ହଜାର କିମ୍ବା ଟିକେ ଅଧିକା ଦେଲେ ଗୋଟିଏ ଭଲ ଖଟିଆ ମିଳିଯିବ । କିନ୍ତୁ ସେହି ଅନ୍ଲାଇନ୍ େୱବସାଇଟ୍ରେ ଏହାର ମୂଲ୍ୟ ୮୦୦ ଡଲାର, ଯାହାର ଭାରତୀୟ ମୂଲ୍ୟ ୪୧ହଜାର ରହିଛି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ପୋଷ୍ଟଟିର ଭରପୂର ମଜା ନେଉଛନ୍ତି । ତେବେ ଆଗରୁ ମଧ୍ୟ ଏହି ଭଳି ଅନେକ ଘଟଣା ସାମନାକୁ ଆସିଛି, ଯେଉଁଥିରେ ଭାରତୀୟ ସାମଗ୍ରୀକୁ ଉଚ୍ଚା ଦରରେ ବିଦେଶୀ େୱବ୍ସାଇଟ୍ରେ ବିକ୍ରି କରାଯାଇଛି । ଭାରତରେ ଯାହାର ଦାମ ଖୁବ୍ କମ ହେଲେ ବିଦେଶୀ େୱବ୍ସାଇଟ୍ରେ ମୂଲ୍ୟ ଅଧିକା ।

Comments are closed.