ସାଧାରଣତଃ ଅଣ୍ଡାକୁ କିଛି ସପ୍ତାହ ଷ୍ଟୋର୍ କରି ରଖିଲେ ତାହା ଖରାପ ହୋଇଯାଏ । ଯାହାକୁ ଖାଇବାଯୋଗ୍ୟ ବୋଲି ଆଦୌ ମନେ କରାଯାଏ ନାହିଁ । ହେଲେ ବର୍ତ୍ତମାନ ଏମିତି ଏକ ଅଣ୍ଡାର ସନ୍ଧାନ କରାଯାଇଛି ଯାହା ପ୍ରାୟ ୧୭୦୦ ବର୍ଷର ପୁରୁଣା ବୋଲି କୁହାଯାଉଛି । କେବଳ ଏତିକି ନୁହେଁ, ଏହି ଅଣ୍ଡାର ଭିତର ଅଂଶ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିବା ମଧ୍ୟ ଜଣାପଡ଼ିଛି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଇଂଲଣ୍ଡର ପ୍ରନିତାତ୍ତ୍ୱିକ ବିଭାଗ ଦ୍ୱାରା ଖନନ କରାଯିବା ସମୟରେ ୧୭୦୦ ବର୍ଷ ତଳର ଏହି ଅଣ୍ଡା ମିଳିଛି । ପରେ ଏହି ଅଣ୍ଡାକୁ ସ୍କାନ୍ କରାଯିବା ଦ୍ୱାରା ଅଣ୍ଡାଟି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ଏତେ ବର୍ଷ ଧରି ଅଣ୍ଡାଟି ସୁରକ୍ଷିତ ଥିବାରୁ ପ୍ରନିତତ୍ତ୍ୱ ବିଭାଗର କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଇଂଲଣ୍ଡର ବକିଂହାମ୍ଶାୟରରେ ଏଲିସବରିର ବେରିଫିଲïରେ ମିଳିଥିବା ରୋମାନ ଯୁଗର ଏହି ଅଣ୍ଡା ମଧ୍ୟରେ ଏବେବି ତରଳ ହଳଦିଆ ଓ ଧଳା ଅଂଶ ସୁରକ୍ଷିତ ଭାବେ ରହିଛି । ପ୍ରାୟ ୪ ସେମି ଚଉଡ଼ାବିଶିଷ୍ଟ ଏହି ଅଣ୍ଡାଟି ଏକ ଜଳପୂର୍ଣ୍ଣ ଖାଲରୁ ମିଳିଛି, ଯାହାଫଳରେ ଅଣ୍ଡାଟି ଏତେ ବର୍ଷ ହେବ ସୁରକ୍ଷିତ ରହିଛି ବୋଲି କୁହାଯାଉଛି । ଡିଜିବି କନ୍ଜର୍ଭେସନ୍ର ପ୍ରନିତତ୍ତ୍ୱବିଦ୍ ଡେନା ଗୁଜବର୍ନ ବ୍ରାଉନ୍ଙ୍କ କହିବା ଅନୁସାରେ ଏହି ଅଣ୍ଡା ମଧ୍ୟରେ କିଛି ପାଣି ଫୋଟକା ଦେଖିବାକୁ ମିଳିଥିଲା, ଯାହା ଜରିଆରେ ଅଣ୍ଡା ମଧ୍ୟରେ ଥିବା ତରଳ ପଦାର୍ଥ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିବା ଜଣାପଡ଼ିଥିଲା ।