ଆପଣମାନେ ସ୍ୱାସ୍ଥ୍ୟ କିମ୍ବା ଗାଡ଼ିର ବୀମା ହେଉଥିବା ଦେଖିଥିବେ ହେଲେ ବର୍ତ୍ତମାନ ଏକ ସ୍ୱତନ୍ତ୍ରଧରଣର ବୀମା ଖୁବ ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ଓସ୍କାର ନୋମିନେଟେଡ ଅଭିନେତ୍ରୀ ତଥା ଗାୟିକା ସିନ୍ଥିଆ ଏରିଭୋ ନିଜର ପାଟିକୁ ବୀମାଭୁକ୍ତ କରିଛନ୍ତି । ଯାହାର ମୂଲ୍ୟ ରହିଛି ଦୁଇ ମିଲିଅନ ଡଲାର ଯାହାର ଭାରତୀୟମୁଦ୍ରାରେ ମୂଲ୍ୟ ପାଖାପାଖି ୧୬.୫କୋଟି । ସେ ବର୍ତ୍ତମାନ ଲିଷ୍ଟ୍ରିନ୍ର ଓ୍ୱାସ୍ୟୁର ମାଉଥ୍ର ବ୍ରାଣ୍ଡ୍ ଆମ୍ବାସଡର ଅଛନ୍ତି । ଏହାପରେ ତାଙ୍କର ପାଟି ପ୍ରତି ଅହେତୁକ ଦୁର୍ବଳତା ସୃଷ୍ଟି ହୋଇଛି, ଯାହାଫଳରେ ସେ ଏପରି ନିଷ୍ପତ୍ତି ନେଇଥିବାନେଇ ଆଲୋଚନା ହେଉଛି । ସେ ନିଜର ପରିଚୟ ପଛରେ ନିଜର ହସକୁ ଶ୍ରେୟ ଦେଇଛନ୍ତି ତେଣୁ ସେମାନଙ୍କର ଯନି ନେବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ସେ ମତ ଦେଇଛନ୍ତି । ବର୍ତ୍ତମାନ ହଲିଉଡରେ ଅଭିନେତ୍ରୀଙ୍କର ଅଙ୍ଗଗୁଡିକୁ ବୀମା ଭୁକ୍ତ କରିବାର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ।