୧୫ ବର୍ଷ ପରେ ଆସିବ ଗଜନୀ ସିକ୍ୟୁଏଲ୍‌

୨୦୦୮ରେ ଅମୀରଙ୍କର ଗଜନୀ ଫିଲ୍ମ ବେଶ ପ୍ରଶଂସା ସାଉଁଟିଥିଲା । ଏହାକୁ ଦର୍ଶକ ବେଶ ଭଲପାଇବା ଦେଇଥିଲେ । ଏଥିରେ ଅମିରଙ୍କୁ ଏକ ନିଆରା ଲୁକରେ ଦେଖିବାକୁ ମିଳିଥିଲା । ତେବେ ଏହାର ଦୀର୍ଘ ୧୫ ବର୍ଷ ପରେ ସିକ୍ୟୁଏଲ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏଥିପାଇଁ ମେକର୍ସ ଟିମ୍‌ ପୁରା ଆକଫିଭ ହୋଇ କାମ କରୁଥିବା ଜଣା ପଡିଛି । ହେଲେ ଏହାକୁ ନେଇ ଅମିର ଖାନଙ୍କ ପକ୍ଷରୁ କୌଣସି ଅଫିସିଆଲି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ । ତେବେ ଏହାକୁ ଅମିର ସାଉଥ ଇଣ୍ଡଷ୍ଟ୍ରୀ ସହ ମିଶି ନିର୍ମାଣ କରିବେ ବୋଲି ଜଣା ପଡିଛି । ଏଥିପାଇଁ ସେ ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦଙ୍କ ସହ ଯୋଗାଯୋଗରେ ଥିବା ଜଣା ପଡିଛି । ତେବେ ଦର୍ଶକଙ୍କ ପାଇଁ ଏହା ଏକ ଖୁସି ଖବର । ଗଜନୀ ଫ୍ୟାନ୍‌ଙ୍କ ଭିତରେ ଏହି ଖବର ଜଣାପଡିବା ପରେ ଉତ୍ସାହ ଦେଖିବାକୁ ମିଳିଛି ।

Govt

Comments are closed.