୧୫୦ ଘଣ୍ଟା ବିତିଗଲାଣି, ତଥାପି ଫସି ରହିଛନ୍ତି ଶ୍ରମିକ

ଡେରାଡୁନ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନି। ୧୫୦ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଶ୍ରମିକଙ୍କୁ ଉଦ୍ଧାର କରିବାପରେ ବାରମ୍ବାର ବାଧା ଉପୁଜିଛି। ଗତକାଲି ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ଅପରେସନ୍ ଅଧାରୁ ବନ୍ଦ କରାଯାଇଥିଲା। ଡ୍ରିଲିଂ ମେସିନ୍ରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଅଧିକାରୀମାନେ କହିଛନ୍ତି, ଦ୍ବିତୀୟ ହେଭି ଡ୍ରିଲ୍ ମଧ୍ୟ ଦୁର୍ଘଟଣାସ୍ଥଳକୁ ଅଣାଯାଇଛି । ଆଜି ପୁଣିଥରେ ଅପରେସନ୍ ଆରମ୍ଭ ହୋଇଛି। ରବିବାର ସକାଳଠାରୁ ୪୦ ଜଣ ଶ୍ରମିକ ଉତ୍ତରାଖଣ୍ଡ ଟନେଲ୍ରେ ଫସି ରହିଛନ୍ତି। ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଗଭୀର ଚିନ୍ତା ପ୍ରକଟ କଲେଣି। ପ୍ରଶାସନ ମଧ୍ୟ ସମସ୍ତ ପ୍ରତିଶ୍ରୁତି ଦେଇଛନ୍ତି।

Govt

Comments are closed.