ଭୁବନେଶ୍ୱର:ଅଗଷ୍ଟ ୨୦: ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ସିନ୍ଦେ ‘ବ୍ଲାକ୍ ହୋଲ୍ ଆଣ୍ଡ ଗଡ୍’ ଉପରେ ଏକ ସିଦ୍ଧାନ୍ତ ଲେଖି ଦେଶର ନାମ ଉଜ୍ୱଳ କରିଛନ୍ତି । ତାଙ୍କୁ ଆମେରିକାର ଗବେଷଣା କେନ୍ଦ୍ର ‘ନାସା’ ‘ଏମ୍ଏସ୍ଆଇ ଫେଲୋସିପ୍ ଭର୍ଚୁଆଲ ପ୍ୟାନେଲ’ରେ ଏକ ପ୍ୟାନେଲିଷ୍ଟ ଭାବେ ଚୟନ କରିଛି । ତିନିଥର ପ୍ରୟାସ କରିବା ପରେ ନାସା ତାଙ୍କ ସିଦ୍ଧାନ୍ତକୁ ଗ୍ରହଣ କରିଥିଲା । ନାସା ନିଜ େୱବ୍ସାଇଟ୍ ପାଇଁ ଏକ ଆର୍ଟିକିଲ୍ ଲେଖିବା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲା ବୋଲି ଦୀକ୍ଷା କହିଛନ୍ତି । ଏତେ କମ୍ ବୟସରୁ ଦୀକ୍ଷାଙ୍କ ଏହି ପ୍ରତିଭା ଦେଖି ବହୁ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.