ହୃତପିଣ୍ଡ ଯାଞ୍ଚ ହେବ ୧୫ ସେକେଣ୍ଡରେ

0

ଏଆଇକୁ ବ୍ୟବହାର କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ନିକଟରେ ଏକ ଏଆଇ ଦ୍ୱାରା ପରିଚାଳିତ ଷ୍ଟେଥୋସ୍କୋପର ଉଦ୍ଭୁାବନ ହୋଇଛି, ଯାହା ମାତ୍ର ୧୫ ସେକେଣ୍ଡରେ ହୃତପିଣ୍ଡର ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିପାରିବ । ଏହି ଷ୍ଟେଥୋ ସାହାଯ୍ୟରେ ହାର୍ଟ ଫେଲୁଅର, ହାର୍ଟ ଭାଲ୍‌ଭ ସମସ୍ୟା, ଆବ୍‌ନର୍ମାଲ ହାର୍ଟ ବିଟ୍‌ ଭଳି ସମସ୍ୟାକୁ ଚିହ୍ନିଟ କରିହେବ । ଯାହା ବଡବଡ ଅଘଟଣକୁ ରୋକିବାରେ ଖୁବ ସହାୟକ ହେବ ବୋଲି ପ୍ରସ୍ତୁତକାରୀ କମ୍ପାନୀ ପ୍ରକାଶ କରିଛି । ଏହା ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି ସେମାନେ ଆଶା ରଖିଛନ୍ତି । ଏହି ଏଆଇ ଷ୍ଟେଥୋକୁ ପରୀକ୍ଷା କରିବା ପାଇଁୟୁକେର ୨୦୦ରୁ ଅଧିକ କ୍ଲିନିକରେ ୧୨,୦୦୦ ରୋଗୀଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଛି । ଏହା ଲୋକଙ୍କୁ ସମୟଠାରୁ ପୂର୍ବରୁ ରୋଗ ସମ୍ପର୍କରେ ସୂଚନା ଦେଉଥିବାରୁ ଅନେକ ଗୁରୁତର ଘଟଣାକୁ ରୋକିବାରେ ସହାୟକ ହେବ ।

Govt
Leave A Reply

Your email address will not be published.