ହାର୍ଦ୍ଦିକ୍‌ ସମ୍ଭାଳିବେ ଦଳର ନେତୃତ୍ୱ

ନୂଆଦିଲ୍ଲୀ: ମଇ ୧୯: ଗୋଟିଏ ସପ୍ତାହ ପରେ ସରିବ ଆଇପିଏଲ ୨୦୨୨ । ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଖେଳିବ । ଏହା ଜୁନ ୯ରୁ ଆରମ୍ଭ ହେବ । ଚଳିତ ମ୍ୟାଚରେ ବିଭିନ୍ନ ବଡ ବଡ ଖେଳାଳୀ ସାମିଲ ହେବେ ନାହିଁ । ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ସିରିଜ୍‌ ଖେଳିବେ ନାହିଁ । ଏସିଆ କପ୍‌ ଏବଂ ଟି-୨୦ ବିଶ୍‌ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୨ ପରେ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, ଏପରିକି ଋଷଭ ପନ୍ତ, ମହମ୍ମଦ ଶାମି ଏବଂ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ । ତେଣୁ ଦଳର ଅଧିନାୟକ ଦାୟିତ୍ୱ କିଏ ସମ୍ଭାଳିବ ସେ ନେଇଚୟନକର୍ତ୍ତା ନିର୍ଣ୍ଣୟ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଭାର ମ୍ୟାନେଜମେଣ୍ଟ ଦେବା ନେଇ ଚର୍ଚ୍ଚା ହେଉଛି । କାରଣ ପାଣ୍ଡ୍ୟା ଆଇପିଏଲରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ତାଙ୍କ ଟିମ୍‌ ପ୍ରଥମ ଟିମ୍‌ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି । ଯାହାକୁ ନେଇ ସେ ଏବେ ମ୍ୟାନେଜମେଣ୍ଟର ଗୁଡ୍‌ ବୁକରେ ଅଛନ୍ତି । ତେବେ ସେ କ୍ୟାପଟେନ୍‌ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Govt

Comments are closed.