ହରିୟାଣା ଜେଜେପି ମୁଖିଆ ଦୁଷ୍ୟନ୍ତ ଚୌତାଲାଙ୍କ କାର୍‌ ଉପରକୁ ଢେଲା ମାଡ଼

ଜିନ୍ଦ: ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ କାରକେଡ୍‌ ଉପରକୁ ଦୁର୍ବୃତ୍ତମାନେ ଢେଲା ମାଡ଼ କରିଛନ୍ତି। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ପୁଲିସ ମଧ୍ୟ କାହାରିକୁ ଗିରଫ କରିନାହିଁ। ଜନନାୟକ ଜନତା ପାର୍ଟି (ଜେଜେପି) ଓ ଆଜାଦ ସମାଜ ପାର୍ଟି (ଏଏସ୍‌ପି)ର ରୋଡ୍‌ ସୋରେ ଦୁଷ୍ୟନ୍ତ ନିଜ ସମର୍ଥକଙ୍କ ଗହଣରେ ଯାଉଥିଲେ। ଅନ୍ଧାରର ସୁଯୋଗ ନେଇ ଉଚନା ନିକଟରେ କେତେକ ଦୁର୍ବୃତ୍ତ କାର୍‌ ଉପରକୁ ଢେଲା ମାଡ଼ କରିଥିଲେ। ଆକ୍ରମଣରେ ଏଏସ୍‌ପିର ନେତା ଚନ୍ଦ୍ରଶେଖର ଆଜାଦଙ୍କ କାର୍‌ର ପଛପଟ କାଚ ଭାଙ୍ଗିଯାଇଥିଲା। ତେବେ ଏହାଦ୍ବାରା କେହି ଆହତ ହୋଇନାହାନ୍ତି। ପୁଲିସ ଏହି ଘଟଣାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ନିମନ୍ତେ ଅକ୍ଟୋବର ୫ରେ ମତଦାନ ହେବ। ଏଥିପାଇଁ ପ୍ରଚାର କାର୍ଯ୍ୟକ୍ରମ ୩ ତାରିଖ ଅପରାହ୍‌ଣ ୬ଟାରେ ଶେଷ ହେବ।

Govt

Comments are closed.