ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ହକି ଦଳ
ଭୁବନେଶ୍ୱର:ଅଗଷ୍ଟ ୪: ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ସେମି ଫାଇଲାନକୁ ପ୍ରବେଶ କରିଥିବା ମହିଳା ଭାରତୀୟ ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଛି । ଆର୍ଜେଣ୍ଟିନା ଭାରତକୁ ୨-୧ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଛି ।
ତେବେ ଭାରତୀୟ ମହିଳା ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ଆସନ୍ତା ୬ ତାରିଖରେ ସମୟ ସକାଳ ୭ଟାରେ ଭାରତୀୟ ଦଳ ଗ୍ରେଟ୍ ବ୍ରିଟେନ୍ ଦଳକୁ ଭେଟିବ ।
ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଦମ୍ଦାର ପ୍ରଦର୍ଶନ କରିଥିଲା । ମ୍ୟାଚ୍ର ଦ୍ୱିତୀୟ ମିନିଟ୍ରେ ଦଳକୁ ମିଳିଥିବା ପ୍ରଥମ ପେନାଲଫି କର୍ଣ୍ଣରକୁ ଗୁରୁଜିତ୍ କୌର ଗୋଲ୍ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ ରଖିଥିଲେ । ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଭଲ ଖେଳ ପ୍ରଦର୍ଶନ କରି ୨-୧ରେ ବିଜୟ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଖେଳ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା ।

Comments are closed.