କଣ୍ଟାବାଞ୍ଜି : ରାସ୍ତା ମଝିରେ ମାତାଲ ସ୍ବାମୀଙ୍କର ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳି ଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଥାନା IIC ରଶ୍ମିତା ବେହେରାଙ୍କ ସ୍ବାମୀ ଅରବିନ୍ଦ ମାତାଲ୍ ଅବସ୍ଥାରେ କଣ୍ଟାବାଞ୍ଜି ଥାନା ଅଧୀନ ଇନ୍ଦିରା ଛକରେ କିଛି ଲୋକଙ୍କ ସହ ବାଦ ବିବାଦ ପରେ ହାତାହାତି ହୋଇଥିଲେ । କେବଳ ସେତିକି ନୁହେଁ, ପୋଲିସ ଗାଡ଼ିକୁ ଡାକି ପାୱାର୍ ମଧ୍ୟ ଦେଖାଇଥିଲେ । ଏହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । ରାତିଅଧରେ ଥାନା ଘେରାଉ କରି ପ୍ରତିବାଦ ଜଣାଇଥିଲେ । ଥାନାରେ SDPO ଓ IIC ମାଡାମଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । ଶେଷରେ ଲୋକଙ୍କୁ ଭୁଲ୍ ମାଗିଥିଲେ ମାଡାମଙ୍କ ସ୍ବାମୀ। ତେବେ ଅରବିନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
