ସାଧାରଣତ ସମସ୍ତେ ଭାବନ୍ତି ଶୁଶୁମାନେ କୌଣସି ସ୍ମୃତି ସରଞ୍ଚନା କରି ପାରନ୍ତି ନାହିଁ । ଅର୍ଥାତ ସେମାନେ କିଛି ବୁଝନ୍ତି ନାହିଁ କିମ୍ବା କୌଣସି ଘଟଣାକୁ ମନେ ରଖି ପାରନ୍ତି ନାହିଁ । ହେଲେ ଏହା ସଠିକ୍ ତଥ୍ୟ ନୁହେଁ, ନିକଟରେ ହୋଇଥିବା ଗବେଷଣା ଅନୁସାରେ ମାତ୍ର ୪ମାସର ଶିଶୁ ମଧ୍ୟ ଦେଖୁଥିବା ଘଟଣାକୁ ମନେ ରଖିପାରିବେ । ହେଲେ ପରେ ବଡ ହେଲାପରେ ସେ ଏହା ଭୁଲିଯାଇ ପାରନ୍ତି କିନ୍ତୁ ସେମାନେ କିଛି ସମୟ ପାଇଁ କିଛି ଘଟଣାକୁ ମନେ ରଖିପାରନ୍ତି । ଏହି ପରୀକ୍ଷଣରେ ବୈଜ୍ଞାନିକମାନେ ୨୬ଜଣ ଶିଶୁଙ୍କର ବ୍ରେନ୍ ସ୍କାନକୁ ବ୍ୟବହାର କରିଛନ୍ତି । ଏଥିରେ ୪ମାସରୁ ୨୪ ମାସ ପର୍ଯ୍ୟନ୍ତ ଶିଶୁଙ୍କର ସ୍କାନକୁ ସାମିଲ କରାଯାଇଥିଲା । ଏହି ପରୀକ୍ଷାରୁ ଜଣା ପଡିଥିଲା କି ଶିଶୁଙ୍କ କ୍ଷେତ୍ରରେ ହିପ୍ପୋକ୍ୟାମ୍ପସ ଆକ୍ଟିଭ ରହିଥାଏ । ହିପ୍ପୋକ୍ୟାମ୍ପସ ବ୍ରେନର ଏଭଳି ଏକ ଅଂଶ ଯାହା ବିଭିନ୍ନ ସ୍ମୃତିକୁ ଜୀବନ୍ତ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ଅଂଶ ଶିଶୁଙ୍କ ମସ୍ତିଷ୍କରେ ମଧ୍ୟ ସକ୍ରିୟ ରହିଥାଏ ବୋଲି ଜଣା ପଡିଛି ।

Comments are closed.