ସ୍କୁଲକୁ ଆମିଷ ଟିଫିନ ନ ଆଣିବାକୁ ନଏଡା ଡିପିଏସ୍‌ ସ୍କୁଲର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଟିଫିନ୍ ବାକ୍ସରେ ଆମିଷ ଖାଦ୍ୟ ନ ଦେବାକୁ ଅଭିଭାବକଙ୍କୁ ସର୍କୁଲାର ଜାରି କରାଯାଇଛି। ତେବେ ଏହାକୁ କିଛି ଅଭିଭାବକ ବିରୋଧ କରିବା ପରେ ସ୍କୁଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆମିଷ ଖାଦ୍ୟ ନିଷିଦ୍ଧ ନୁହେଁ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ ପାଇଁ ଆମିଷ ଖାଦ୍ୟ ନ ଆଣିବାକୁ ଅନୁରୋଧ କରାଯାଇଛି। ସେକ୍ଟର ୧୩୨ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍)ର ମ୍ୟାନେଜମେଣ୍ଟ ଅଗଷ୍ଟ ୭ ତାରିଖରେ ହ୍ୱାଟ୍ସଆପ୍ ଜରିଆରେ ଅଭିଭାବକମାନଙ୍କୁ ଏକ ସର୍କୁଲାର ଜାରି କରି କହିଥିଲେ ଯେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ପାଇଁ ନିଜ ଟିଫିନ୍ ବାକ୍ସରେ ଆମିଷ ଖାଦ୍ୟ ଆଣିବାରୁ ଦୂରେଇ ରୁହନ୍ତୁ। ସକାଳେ ମଧ୍ୟାହ୍ନଭୋଜନ ରୋଷେଇ କରାଯାଉଥିବାରୁ ଏହା ଖରାପ ହେବା ସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି। ନିରାମିଷ ଖାଦ୍ୟ ଆଣିଲେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କର ଖାଦ୍ୟ ପସନ୍ଦ ନିର୍ବିଶେଷରେ ଏକାଠି ଖାଇବା ସମୟରେ ଆରାମ ଅନୁଭବ କରିପାରିବେ।

Govt

Comments are closed.