ସୋଲାର ପ୍ୟାନେଲ

0

ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ୱର ସବୁଠାରୁ ବଡ ସମସ୍ୟାରୁପେ ଉଭାହୋଇଛି । ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଆପଣା ଯାଉଛି, ଯେଉଁଥିରେ ବିଭିନ୍ନ ଉପକରଣ ସାମିଲ ରହିଛି । ତେବେ ଏହି ଇକୋ ଫ୍ରେଣ୍ଡଲି ଉପକରଣ ବର୍ତ୍ତମାନ ଆବର୍ଜନାରେ ପରିଣତ ହେଉଛି, ଯାହା ଅନ୍ୟ ଏକ ସମସ୍ୟାର ଉଦ୍ଭୁାବକ ପାଲଟିଛିି । ଆସନ୍ତୁ ଜାଣିବା ସେହିଭଳି କିଛି ଇକୋ-ଫ୍ରେଣ୍ଡଲି ଆର୍ବଜନା ସମ୍ବନ୍ଧରେ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତମାନ କାରଣରୁ ପାଣିପାଗିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ପୃଥିବୀବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ରିତିମତ ଗବେଷଣାରେ ଲାଗିଛନ୍ତି । ସେମାନଙ୍କର ମୂଳଲକ୍ଷ ରହୁଛି କାର୍ବନ ଏମିସନକୁ ରୋକିବା । କାର୍ବନ ଏମିସନ କହିଲେ ଅଙ୍ଗାରକାମ୍ଲ ନିର୍ଗମନ ବା ବିଭିନ୍ନ ପ୍ରକ୍ରିୟାରେ ଜଳବାୟୁରେ ଅଙ୍ଗାରକାମ୍ଳର ମାତ୍ରା ବଢିବା । ଏହି ପ୍ରକ୍ରିୟା ଆମ ପରିବେଶରେ ସବୁ ସମୟରେ ଜାରି ରହିଥାଏ । ଦୈନନ୍ଦିନ ଜୀବନଠାରୁ ଆରମ୍ଭ କରି ବିଭିନ୍ନ ଫ୍ୟାକଫ୍ରିରୁ ପ୍ରତିଦିନ ଅନେକ ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ । ତେବେ ଏହି ଅଙ୍ଗାରକାମ୍ଳ ନିର୍ଗମନ ବା କାର୍ବନ ଏମିସନକୁ ରୋକିବା ପାଇଁ ସୋଲାର ପ୍ୟାନେଲକୁ ସବୁଠାରୁ ଭଲ ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ । ଯାହା ଏହାର ବ୍ୟବହାର ବଢାଉଛି । ଏହା ବର୍ତ୍ତମାନ ଲକ୍ଷାଧୀକ ସଂଖ୍ୟାରେ ବ୍ୟବହାର କରାଯାଉଛି । ତେବେ ବର୍ତ୍ତମାନ ଏହାର ସଂଖ୍ୟା ବୈଜ୍ଞାନିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ବଢୁଛି ସଂଖ୍ୟା
ସୋଲାର ପ୍ୟାନେଲ ଦୁନିଆର ସବୁଠାରୁ ବଡ ଅସ୍ତ୍ର ଯାହା କାର୍ବନ ଏମିସନ୍‌ କମାଇବା ପାଇଁ ବ୍ୟବହାର କରାଯାଇଥାଏ । ହେଲେ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରୁଥିବା ଏହି ସୋଲାର ପ୍ୟାନେଲ ଖରାପ ହେବା ପରେ ଅନେକ ସମସ୍ୟାର କାରଣ ସାଜିଥାଏ । ଏହି ସୋଲାର ପ୍ୟାନେଲ ଆର୍ବଜନାରୁ ଆମ ପରିବେଶକୁ ଅନେକ ହାନି ହୋଇଥାଏ । ତେବେ ସୂଚନା ଅନୁସାରେ ଗୋଟିଏ ସୋଲାର ପ୍ୟାନେଲର ଜୀବନକାଳ ୨୫ରୁ ୩୦ ବର୍ଷ ହୋଇଥାଏ । ଏହାପରେ ଏହା ଆର୍ବଜନାରେ ପରିଣତ ହୋଇଥାଏ । ରିପୋର୍ଟ ଅନୁସାରେ ବିଶ୍ୱରେ ପାଖାପାଖି ୨.୫ ବିଲିଅନ ସୋଲାର ପ୍ୟାନେଲ ଇନଷ୍ଟଲ କରାଯାଇଛି । ସେହିଭଳି ସୂଚନା ଅନୁସାରେ ବ୍ରିଟେନ୍‌ରେ ୧୦ ମିଲିଅନ ପାଖାପାଖି ସୋଲାର ପ୍ୟାନେଲ ଇନଷଫଲ୍‌ କରାଯାଇଛି । ଏତେମାତ୍ରାରେ ସୋଲାର ପ୍ୟାନେଲ ଇନ୍‌ଷଫଲ ପରେ ଏହାର ଆବର୍ଜନା ମଧ୍ୟ ବଢିବାରେ ଲାଗିଛି । ହେଲେ ଏହାକୁ ରି ସାଇକେଲ କରିବାର ସେଭଳି କିଛି ଆଖି ଦୃଶିଆ ପ୍ରକ୍ରିୟା ନାହିଁ । ଏହାକୁ ରି ସାଇକେଲ କରିବାକୁ ସେଭଳି କିଛି ପ୍ରୋସେସ କିମ୍ବା ମେସିନ ନାହିଁ । ଯେଉଁ କାରଣରୁ ଏହାର ଆବର୍ଜନା ବଢିବାରେ ଲାଗିଛି । ୨୦୫୦ ସୁଦ୍ଧା ଏହି ଆବର୍ଜନାର ପରିମାଣ ୨୦୦ ମିଲିଅନ ଟନ୍‌ ହୋଇଯିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୋଲାର ପ୍ୟାନେଲର ମାତ୍ରା ଖୁବ ଦ୍ରୁତ ଗତିରେ ବଢୁଛି, ତେଣୁ ଏହାକୁ ରି ସାଇକେଲ କରିବାର ପ୍ରକ୍ରିୟାକୁ ମଧ୍ୟ ବଢାଇବାକୁ ପଡିବ ବୋଲି ପରିବେଶବିତ୍‌ ପ୍ରକାଶ କରିଛନ୍ତି । ଏହାର ମାତ୍ରାଧୀକ ପରିମାଣ ବିଭିନ୍ନ ପରିବେଶ ସମସ୍ୟା ଉତ୍ପନ୍ନ କରିବାରେ ସକ୍ଷମ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।

Leave A Reply

Your email address will not be published.