୨୦୨୦ରେ ନେଟଫ୍ଲିକ୍ସ, ଆମାଜନ ଭଳି ୧୫ଟି ଓଟିଟି ପ୍ଲାଟଫର୍ମ ସେଲ୍ଫ ରେଗୁଲେସନ କୋଡ ତିଆରି କରିଥିଲେ । ଏହି ରେଗୁଲେସନ କୋଡ ଅନୁସାରେ ଭିନ୍ନଭିନ୍ନ ବୟସର ଲୋକଙ୍କ ପାଇଁ କଣ୍ଟେଣ୍ଟ ବାଣ୍ଟିବା ପାଇଁ ନିୟମ ରହିଥିଲା । ଏଥିରେ ପାଞ୍ଚ ପ୍ରକାରର କଣ୍ଟେଣ୍ଟ ଓଟିଟି ପ୍ଲାଟଫର୍ମରେ ଦେଖାଯିବ ନାହିଁ ବୋଲି ନିୟମ ରହିଥିଲା । ଏଥିରେ ରାଷ୍ଟ୍ରୀୟ ଭାବନାକୁ ଅପମାନ ଦେବା ଭଳି, ଶିଶୁଙ୍କୁ ନେଇ ଅଶ୍ଲୀଳତା କିମ୍ବା ଆତଙ୍କବାଦ ଭଳି ସମସ୍ୟା ଉପରେ କୌଣସି କଣ୍ଟେଣ୍ଟ ପ୍ରସାର କରାଯିବ ନାହିଁ ବୋଲି ନିୟମ କରାଯାଇଥିଲା । ସେହିଭଳି ଏଭଳି କୌଣସି କଣ୍ଟେଣ୍ଟ ପ୍ରସାରଣ କରାଯିବ ନାହିଁ ଯାହା ଉପରେ କୋର୍ଟ ରୋକ ଲଗାଇଥିବେ ।
ବର୍ତ୍ତମାନର ନିୟମ
ସରକାରଙ୍କ ପକ୍ଷରୁ ୨୦୨୧ରେ ଦି ଇନ୍ଫର୍ମେଶନ ଟେକ୍ନୋଲୋଜି ରୁଲ୍ସ ଅଣାଯାଇଥିଲା । ଏହାକୁ ୨୦୨୩ରେ ଅପଡେଟ ମଧ୍ୟ କରାଯାଇଥିଲା । ଏହି ଗାଇଡ୍ ଲାଇନରେ ସୋସିଆଲ ମିଡିଆ, ଓଟିଟି, ୱେବସିରିଜ ଓ ଫିଲ୍ମକୁ ନେଇ ଅନେକ ନିୟମ ଲଗାଯାଇଥିଲା । ଲାଗୁହୋଇଥିବା ଗାଇଡ ଲାଇନ୍ ଅନୁସାରେ ଆତ୍ମହତ୍ୟା ତଥା ନିଜକୁ କ୍ଷତି ପହଞ୍ଚାଇବା ଭଳି ସିନ୍ ଛୋଟପିଲା ଓ ଯୁବକଙ୍କୁ ଦେଖିବାକୁ ଅନୁମତି ଦିଆଯିବ ନାହିଁ । ଏଭଳି କଣ୍ଟେଣ୍ଟକୁ ଚେତାବନୀ ସହିତ ହାଇର କାଟୋଗୋରୀରେ ସାମିଲ କରାଯିବ । ସେହିଭଳି ଏଭଳି ଭାଷା, ଢେଗ କିମ୍ବା କଥାର ବ୍ୟବହାର ହେବ ନାହିଁ ଯାହା ଆମର କିମ୍ବା ଦେଶର ଗରିମାକୁ ଆଘାତ ପହଞ୍ଚାଇବା । ଦେଶର ଭାଷା ବିବିଧତା ଓ ସଂସ୍କୃତିକୁ ଧ୍ୟାନ ରଖିବାକୁ ହେବ । ସେହିଭଳି ନଗ୍ନତାକୁ ନେଇ ଦେଶରେ ଥିବା ଆଇନ ଅନୁସାରେ ହିଁ କଣ୍ଟେଣ୍ଟ ପ୍ରସ୍ତୁତ କରାଯିବ ଓ ପ୍ରସାରଣ କରାଯିବ । ସେହିଭଳି ସେକ୍ସୁଆଲ କଣ୍ଟେଣ୍ଟକୁ ହାଇଅର କ୍ଲାସିଫିକେସନ ଆଡଲ୍ଟ ସହିତ ପ୍ରସାରଣ କରିବାକୁ ପଡିବ । ଏଥିପାଇଁ ବୟସକୁ ବାଧ୍ୟତା ମୂଳକ କରାଯିବ, ଯାହାର ସୀମା ୧୮ ବର୍ଷ ଧାର୍ଯ୍ୟ କରାଯାଇଛି ।
