ସେରମ୍‌ ଲଗାଇବାର ସତର୍କତା

ତ୍ୱଚାକୁ ଉଜ୍ଜ୍ୱଳ କରିବା ଲାଗି ଲୋକେ ବିଭିନ୍ନ ପ୍ରକାରର ପ୍ରଡକଫ ବ୍ୟବହାର କରୁଛନ୍ତି । ରେଡିମେଡ୍‌ ସାମଗ୍ରୀ ସହିତ ଏଭଳି ଅନେକ ସ୍କିନ୍‌ କେୟାର ଟ୍ରିଟ୍‌ମେଣ୍ଟ କରାଯାଉଛି, ଯାହାଦ୍ୱାରା ତ୍ୱଚା ଖୁବ୍‌ ଗ୍ଲୋ କରିଥାଏ । ବିଶେଷକରି ମହିଳାମାନେ ନିଜ ତ୍ୱଚାକୁ ଅଧିକ ଉଜ୍ଜ୍ୱଳ ରଖିବା ଲାଗି ସବୁବେଳେ କିଛି ନା କିଛି ଆପ୍ଲାଏ କରନ୍ତି । ଆଜିକାଲି ବଜାରରେ ଅନେକ ସେରମ୍‌ ମିଳୁଛି, ଯାହାକୁ ଲଗାଇବା ଦ୍ୱାରା ତ୍ୱଚା ଅଧିକ ଗ୍ଲୋ କରେ । ହେଲେ ସେରମ୍‌ ବ୍ୟବହାର କରିବା ସମୟରେ କିଛି ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ, ନଚେତ୍‌ ତ୍ୱଚା ଖରାପ ହେବାର ସମ୍ଭାବନା ରହିଛି ।
– ସେରମ୍‌ ଲଗାଇବା ପୂର୍ବରୁ ସର୍ବପ୍ରଥମେ ତ୍ୱଚାକୁ ଭଲଭାବେ ସଫା କରିନିଅନ୍ତୁ । ଯଦି ଆପଣ ମଇଳା ମୁହଁରେ ସେରମ୍‌ ଲଗାଉଛନ୍ତି ତେବେ ତ୍ୱଚାରେ ଥିବା ମଇଳା ସବୁଦିନ ପାଇଁ ଜମିଯିବ । ଏହାଦ୍ୱାରା ତ୍ୱଚା ଖୁବ୍‌ଶୀଘ୍ର ଖରାପ ହୋଇଯିବ । ତେଣୁ ତ୍ୱଚାକୁ ସଫା କରିବା ପରେ ହିଁ ସେରମ୍‌ ବ୍ୟବହାର କରନ୍ତୁ ।
– ପ୍ରାୟ ସମୟରେ ମହିଳାମାନେ ଜଲଦି ଜଲଦିରେ ଡ୍ରପର୍‌ ସାହାଯ୍ୟରେ ସେରମ୍‌ ଲଗାନ୍ତି । ଏଭଳି କରିବା ଦ୍ୱାରା ଡ୍ରପର୍‌ରେ ମଇଳା ଲାଗିଯାଏ ଏବଂ ମଇଳା ଡ୍ରପର୍‌ ସାହାଯ୍ୟରେ ବୋତଲ ମଧ୍ୟକୁ ପଳାଏ । ଯାହାଦ୍ୱାରା ପୁନଶ୍ଚ ଏହି ସେରମ୍‌କୁ ତ୍ୱଚାରେ ଲଗାଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ତେଣୁ ସବୁବେଳେ ହାତରେ ସେରମ୍‌ ନେଇ ତ୍ୱଚାରେ ଲଗାଇବା ଉଚିତ ।
– ଅଧିକ ସେରମ୍‌ ଲଗାଇବାକୁ ଆଭଏଡ୍‌ କରନ୍ତୁ । କାହିଁକି ନା ଅଧିକରୁ ଅଧିକ ସେରମ୍‌ ଲଗାଇବା ଦ୍ୱାରା ତ୍ୱଚା ତେଲିଆ ହୋଇଯାଏ । ଏପରି ସ୍ଥଳେ ତ୍ୱଚାରେ ବ୍ରଣ ସମସ୍ୟା ଦେଖାଯିବାର ସମ୍ଭାବନା ବୃଦ୍ଧି ପାଏ । ତେଣୁ କେବଳ ୩ରୁ୪ ବୁନ୍ଦା ସେରମ୍‌କୁ ନେଇ ତ୍ୱଚାରେ ଲଗାନ୍ତୁ ।
– କେବେ ବି ସେରମ୍‌କୁ ମୁହଁରେ ରଗଡ଼ିକି ଲଗାନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ । ତେଣୁ ହାଲକା ହାତରେ ସେରମ୍‌କୁ ତ୍ୱଚାରେ ଆପ୍ଲାଏ କରନ୍ତୁ ।
– ସେରମ୍‌ କିଣିବା ବେଳେ ସର୍ବଦା ସ୍କିନ୍‌ ଟାଇପ୍‌କୁ ଦେଖି ସେରମ୍‌ କିଣନ୍ତୁ । ଯେକୌଣସି ସ୍କିନ୍‌ ଟାଇପ୍‌ର ସେରମ୍‌ ଲଗାଇଲେ ତ୍ୱଚା ଉପରେ ନକରାତ୍ମକ ପ୍ରଭାବ ପକାଇବ । ତେଣୁ ସବୁବେଳେ ନିଜ ସ୍କିନ୍‌ ଟାଇପ୍‌ର ସେରମ୍‌ ହିଁ ବ୍ୟବହାର କରନ୍ତୁ ।

Launching Ceremony of “AYUSHMAN BHARAT

Comments are closed.