ସୁନା ଖୋଜୁଥିବା ମୂଷା

0

ହିମାଳୟରେ ଏଭଳି ଏକ ମୂଷା ବାସ କରିଥାଏ ଯାହାକୁ ସୁନା ଖୋଜୁଥିବା ମୂଷାର ନାଁରେ ଡକାଯାଇଥାଏ । ଏହି ମୂଷା ଯେଉଁମାଟି ଖୋଳିଥାଏ ସେଠାରେ ସୁନା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହାକୁ ହିମାଲୟାନ ମରମୋଟର ଆଖ୍ୟା ଦିଆଯାଇଥାଏ । ଏହି ମୂଷା ଗୁଡିକଙ୍କର ଲମ୍ବ ୫୦ରୁ ୭୦ ସେମି ଥିବାବେଳେ ଓଜନ ୪ ରୁ ୯ କିଗ୍ରା ହୋଇଥାଏ । ଏହା ସମୁଦ୍ର ପତନଠାରୁ ୩,୫୦୦ ରୁ ୫୦୦୦ ମିଟର ଉଚ୍ଚରେ ଏମାନେ ରହିଥାଆନ୍ତି । ଏହି ମୂଷା ଗୁଡିକ ଲଦାଖ, ଅରୁଣାଚଳ ଓ ସିମ୍‌ରେ ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ଏହି ମୂଷା ଯେଉଁସ୍ଥାନରେ ମାଟି ଖୋଳିଥାଏ ଖୁବ ଅଧିକ ଗଭୀର ଗାତ କରିଥାଏ ତେଣୁ ଅଧିକ ପରିମାଣରେ ମାଟି ବାହାରକୁ ଆସିଥାଏ । ଏହାସହିତ ଏହି ମାଟିରେ ସୁନାର କଣିକା ମିଶି ରହିଥାଏ ବୋଲି ସୂଚନା ରହିଛି । ତେଣୁ ସବୁବେଳେ ସ୍ଥାନୀୟ ଲୋକ ଏହି ମୂଷା କେଉଁଠି ମାଟି ଖୋଳୁଛି ତାହାକୁ ଜଗି ରହିଥାଆନ୍ତି । କିଛି ବୈଜ୍ଞାନିକଙ୍କ ମତରେ ହିମାଳୟର ଉଚ୍ଚସ୍ଥାନରେ ଥିବା ମାଟିରେ ସୁନା କଣିକା ମିଶି ରହିଥାଏ । ହିମାଚଳରେ ଏହି ମୂଷାକୁ ଖୁବ ଶୁଭପ୍ରାଣୀ ବୋଲି ମାନି ଥାଆନ୍ତି ।

Govt
Leave A Reply

Your email address will not be published.