ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଫାଶୀ

୧ କିଲୋ ଗଞ୍ଜେଇ ଚୋରାଚାଲାଣ ପାଇଁ ଫାଶୀରେ ଝୁଲାଇଦେଲେ

ନୂଆଦିଲ୍ଲୀ : ସିଙ୍ଗାପୁର ସରକାର ବୁଧବାର ଦିନ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି। ୧ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ ଷଡ଼ଯନ୍ତ୍ରରେ ସେ ସାମିଲ ଥିବା ନେଇ ଦୋଷୀସାବ୍ୟସ୍ତ ହୋଇଥିଲେ। ସିଙ୍ଗାପୁରର ଚଙ୍ଗି ଜେଲ୍ ପରିସରରେ ଆଜି ତାଙ୍କୁ ଫାଶୀ ଦିଆଯାଇଛି। ଜାତିସଂଘ ମାନବାଧିକା ର ଅଫିସ ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ ଏହି ଫାଶୀଦଣ୍ଡ ଉପରେ ପୁନର୍ବିଚାର ପାଇଁ ସିଙ୍ଗାପୁର ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ସରକାର ଫାଶୀଦଣ୍ଡ ଉପରେ ରୋକ୍ ଲଗାଇଲେନି। ୪୬ ବର୍ଷୀୟ ତଙ୍ଗରାଜୁ ସୁପିଆଙ୍କୁ ଫାଶୀଦଣ୍ଡ ହୋଇଛି। ୨୦୧୭ରେ ସେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ୨୦୧୮ରେ ତାଙ୍କୁ ମୃତ୍ୟୁଦଣ୍ଡ ହୋଇଥିଲା। ଉକ୍ତ ଘଟଣା ପାଇଁ ସିଙ୍ଗାପୁର ସରକାରଙ୍କୁ କଡ଼ା ନିନ୍ଦା କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.