ସାଥୀଙ୍କୁ ମନେ ରଖନ୍ତି ଗରିଲା

ଗରିଲାଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପରୀକ୍ଷା କରାଯାଇଛି । ତେବେ ନିକଟରେ ମାଈ ପର୍ବତୀୟ ଗରିଲାଙ୍କୁ ନେଇ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏହି ପରୀକ୍ଷଣ ଅନୁସାରେ ମାଈ ଗରିଲାମାନେ ଅଣ୍ଡିରାଙ୍କ ତୂଳନାରେ ନିଜର ସାମାଜିକ ସମ୍ପର୍କ ବେଶି ରକ୍ଷା କରିଥାଆନ୍ତି । ଏହାକୁ ନେଇ ପାଖାପାଖି ୨୦ ବର୍ଷଧରି ବୈଜ୍ଞାନିକମାନେ ଭୋଲକାନୋ ନ୍ୟାସନାଲ ପାର୍କରେ ଗବେଷଣା କରିଥିଲେ, ଯାହାପରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏମାନଙ୍କ ଭିତରେ ବର୍ଷବର୍ଷ ଧରି ବିଚ୍ଛେଦ ହୋଇଥିଲେ ମଧ୍ୟ ସେମାନେ ନିଜର ପୁରୁଣା ସାଥୀଙ୍କୁ ଖୋଜି ପାଇଥାଆନ୍ତି ଏବଂ ସେମାନଙ୍କ ମନେ ମଧ୍ୟ ରଖିଥାଆନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଯାହା ଫଳରେ ସେମାନଙ୍କୁ ଏକ ନୂଆ ଦଳରେ ସାମିଲ ହେବାର ଭୟ ରହିନଥାଏ । ଏମାନେ ଖୁବ ସହଜରେ ନୂଆ ସଦସ୍ୟଙ୍କ ସହିତ ମିଶି ପାରନ୍ତି । ଏହି ଗବେଷଣାରେ ଗରିଲାଙ୍କ ସାମାଜିକ ସମ୍ପର୍କ ବିଷୟରେ ଖୁବ ଅଧିକ ତଥ୍ୟ ମିଳିଛି ।

Launching Ceremony of “AYUSHMAN BHARAT

Comments are closed.