ସମ୍ଭୋଗ ସହମତିରେ, ନା ନିଶାରେ…..

ଟିଣ୍ଡର ଆପ ଡାର୍ଟି ଗେମର ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର: ‘ଟିଣ୍ଡର’ ଆପ୍‌ର ଡାର୍ଟି ଗେମରେ ନୂଆ ଟ୍ଵିଷ୍ଟ । ଚନ୍ଦଶେଖରପୁର ପୁଲିସ ରୁଜୁ କଲା ଦୁଇଟି ଭିନ୍ନ ଭିନ୍ନ ମାମଲା । ଯୁବତୀଙ୍କ ଅଭିଯୋଗ କ୍ରମେ ଘରୋଇ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିବା ସୁନୀଲ ପ୍ରସାଦ ମିଶ୍ରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଲାଗିଲା। ଯୁବତୀଙ୍କ ବିନା ଅନୁମତିରେ ଅଚେତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରୁଜୁ ହେଲା ଏହି ମାମଲା । ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଯୁବତୀ ଏବଂ ତାଙ୍କର ପୁରୁଷ ସାଙ୍ଗମାନଙ୍କ ବିରୋଧରେ ଅପହରଣ, ଟଙ୍କା ହଡପ କରିବା , ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଲାଗିଛି। ଏହି ଘଟଣାରେ ଚନ୍ଦ୍ରଶେଖରପୁର ପୁଲିସ ଅନୁସନ୍ଧାନ ଚଳାଇଛି। ତାଙ୍କୁ ଯେଉଁ ସ୍ଥାନରେ ଅପହରଣ କରି ରଖାଯାଇଥିଲା ସେଠାକୁ ନେଇ ପୁଲିସକୁ ଦେଖାଇଛନ୍ତି ବ୍ୟାଙ୍କ ଅଧିକାରୀ ସୁନିଲ୍। ପରସ୍ପର ବିରୋଧୀ ଅଭିଯୋଗ ହୋଇଥିବାରୁ ପୁଲିସ ଆସନ୍ତାକାଲି ସୁନୀଲ ଏବଂ ଯୁବତୀଙ୍କ ସମେତ ତାଙ୍କ ୪ପୁରୁଷ ବନ୍ଧୁଙ୍କୁ କୋର୍ଟ ଫରଓ୍ୱାର୍ଡ କରିବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍‌ ଜରିଆରେ ଉଭୟେ ନିକଟତର ହୋଇଥିଲେ। ପ୍ରଥମେ ଚାର୍ଟି ମାଧ୍ୟମରେ ବାର୍ତ୍ତାଳାପ ହୋଇଥିଲେ। ପରେ ଅର୍ଥାତ ଜାନୁଆରୀ ୩ ତାରିଖରେ ଉଭୟ ଚା’ ପିଇବା ବାହାନାରେ ଦେଖା ହୋଇଥିଲେ। ଆଉ ତା’ପରେ ଆରମ୍ଭ ହୋଇଥିଲା ପ୍ରେମର ବାର୍ତ୍ତାଳାପ। ତେବେ ଜାନୁଆରୀ ୪ ତାରିଖରେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ରୁମ୍‌ରେ ମଦ୍ୟପାନର ଆସର ସହ ଉଭୟଙ୍କ ମଧ୍ୟରେ ହୋଇଯାଏ ଶାରୀରିକ ସମ୍ପର୍କ। ଏହାର ଭିଡିଓ ସୁଟିଂ ଯୁବତୀ ଜଣକ କରିଥିବା ଅଭିଯୋଗ ହୋଇଥିଲା।
ତେବେ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁସାରେ, ମୁଣ୍ଡ ବୁଲାଉଥିବା କହିବାରୁ ସଂପୃକ୍ତ ଯୁବତୀଙ୍କୁ ଜାନୁଆରୀ ୮ ତାରିଖରେ ବାଇକ୍‌ ବସାଇ ମେଡ଼ିକାଲ୍ ନେଉଥିଲେ ସେ। କିନ୍ତୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ କେତେକ ଯୁବକ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକାଇବା ସହ ଲୁଟ୍‌ପାଟ୍‌ କରିଥିଲେ। ଏହାପରେ ଅପହରଣ କରି ନେଇ ନିକଟସ୍ଥ ଏକ ଅଜଣା ଘରେ ରଖିଥିଲେ। ସେଠାରେ ସଂପୃକ୍ତ ଯୁବତୀଙ୍କ ସହ ମିଶି ଯୁବକମାନେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଫସାଇଦେବାକୁ ଧମକ ଦେଇଥିଲେ। ଆଉ ସେମାନଙ୍କ କଥାରେ ରାଜି ହୋଇ ଘରକୁ ଆସିବା ପରଠାରୁ ତାଙ୍କ ଆକାଉଣ୍ଟରୁ କ୍ରମାଗତ ଭାବେ ଗାୟବ ହେବାରେ ଲାଗିଥିଲା ଟଙ୍କା। ଶେଷରେ ଆଜି ବ୍ୟାଙ୍କ ଅଧିକାରୀ ଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।
ସେପଟେ ପାଲଟା ଅଭିଯୋଗ ଆଣି ସଂପୃକ୍ତ ଯୁବତୀ କହିଥିଲେ , ବିନା ସହମତିରେ ତାଙ୍କୁ ମଦ ପିଆଇବା ସହ ଶାରୀରିକ ସମ୍ପର୍କ ରଖଥିଲେ ବ୍ୟାଙ୍କ କର୍ମଚାରୀ। ଏପରିକି ଭିଡ଼ିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ଆଣିଥିଲେ । ଦୁଇ ପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁଧରିବା ସହ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା

Launching Ceremony of “AYUSHMAN BHARAT

Comments are closed.